ଘରେ ଥିବା ୧୫ ରୁ ୧୮ ଭରି ସୁନା ଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ରଞ୍ଜନ ଘସିପୁରା ଥାନା ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘସିପୁରା ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ଚୋରି ହେଉଥିବା ବେଳେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
୧୫ରୁ ୧୮ ଭରି ସୁନା ସହ ନଗଦ ୫୨ ହଜାର ଟଙ୍କା ଚୋରି

କେନ୍ଦୁଝର : ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର । ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ ହଜାର ଟଙ୍କା ଚୋରି ଅଭିଯୋଗ । କେନ୍ଦୁଝର ଜିଲ୍ଲା ଘଷିପୁରା ଆନନ୍ଦପୁର ମ୍ୟୁନିସିପାଲଟି ୧୩ ନଂ ୱାର୍ଡରେ ରହୁଥିବା ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ଘଡେ଼ଇଙ୍କ ଘରୁ ଚୋରି ହୋଇଛି । ରାତିରେ ଗରମ ପାଇଁ ଏସି କୋଠରୀରେ ଶୋଇଥିବା ବେଳେ ଅନ୍ୟ କୋଠରୀରେ ଥିବା ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି ।
Download Argus News App
