ଏକ ଶୂନ୍ଶାନ ରାସ୍ତା, ବିଳମ୍ବିତ ରାତି ସମୟର ଏହି ଭିଡିଓ। ସେହି ସମୟରେ ରାସ୍ତାରେ କେହି ବି ଜଣେ ନଜର ଆସୁନାହାନ୍ତି। କିନ୍ତୁ କିଛି ସମୟ ପରେ ହଠାତ୍ ସେହି ରାସ୍ତାରେ ଜଣେ ମହିଳା ପ୍ରକଟ ହୋଇଯାଉଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ମହିଳା ଜଣକ ଆଗକୁ ଆଗକୁ ଚାଲୁଛନ୍ତି। ଏହା ପରେ ସେ ଗାଏବ ହେଇଯାଉଛନ୍ତି। ଯାହାକୁ ଦେଖିବା ପରେ ଲୋକଙ୍କ ହୋସ୍ ଉଡ଼ିଯାଉଛି। ଭୂତଟି ଅଚାନକ୍ ଆସୁଛି ଆଉ ଅଚାନକ୍ ଗାଏବ ହୋଇଯାଉଛି। ଜଣେ ୟୁଜର ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ସିସିଟିଭିରେ କଏଦ ହୋଇଛି ଭୂତର ଭିଡିଓ। ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି।
ଭିଡିଓଟି ଆଲିଗଡ଼ର ବନ୍ନାଦେବୀ ଥାନା ଅଧୀନ ନ୍ୟୁ ରାଜେନ୍ଦ୍ର ନଗରର ବୋଲି କୁହାଯାଉଛି। ତେବେ ଏହା ଭୂତ କି ଏହାକୁ ଏଡିଟ କରି ପ୍ରସ୍ତୁତ କରାଯାଇଛି, ତାହା ଜଣାପଡିନାହିଁ। ଏହି ଭିଡିଓ ଦେଖାଇ ଆମେ କୌଣସି ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉନାହୁଁ। କେବଳ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଦୃଶ୍ୟ ଦେଖାଇବାକୁ ପ୍ରୟାସ କରିଛୁ।