ଅନେକ ବର୍ଷ ବ୍ୟବଧାନ ପରେ ଗତ ବର୍ଷ ସ୍ଥାନୀୟ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚରେ ମନ୍ଦିର ରଙ୍ଗ କାମ ସହ ଛାତ ରୁ ପାଣି ଗଳୁ ଥିବାରୁ ଉପରେ ଆଜବେଷ୍ଟର ଲଗାଯାଇଛି ।
ମନ୍ଦିର ସମ୍ମୁଖରେ ରହିଛି ଅଶୋକ ସ୍ତମ୍ଭ , ମନ୍ଦିର ଭିତରେ ରହିଛି ସବୁ ଧର୍ମର ସଙ୍କେତିକ ଚିହ୍ନ । କୁହାଯାଏ ମନ୍ଦିର ଏଭଳି ରୂପ ବାପୁଜି ଙ୍କ ଧର୍ମନିରପେକ୍ଷ ଚିନ୍ତା ଧାରାକୁ ସୂଚାଇ ଥାଏ । ଏହି ମନ୍ଦିର ମୁଖ୍ୟ ପୁରୋଧା ହେଉଛନ୍ତି ରେଢାଖୋଲର ପୂର୍ବତ୍ତନ ବିଧାୟକ ଅଭିମନ୍ୟୁ କୁମାର ।୧୯୭୨ ମସିହାରେ ବିଧାୟକ ଥିବା ସମୟରେ ସେ ପ୍ରତିଷ୍ଠା କରିଥିଲେ । ୨ ବର୍ଷ ପରେ ୧୯୭୪ରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାର ଉଦଘାଟନ କରିଥିଲେ । ଏବେ ଯାଏ ମନ୍ଦିର ର ଉନ୍ନତି ପାଇ ରାଜ୍ୟ ସରକାର କି ପ୍ରଶାସନ ପକ୍ଷରୁ କୌଣସି ସହୟତାର ହାତ ବଢାଯାଇ ନାହିଁ । ଗାନ୍ଧୀ ଜୟନ୍ତିରେ ଜିଲ୍ଲାପ୍ରଶାସନ ଅଧିକାରୀ ଆସନ୍ତି ହେଲେ କେହି ମନ୍ଦିର ପାଇ ସହଯୋଗର ହାତ ବଢାନ୍ତି ନାହି । ରାଜ୍ୟରେ ଏହା ପ୍ରଥମ ଗାନ୍ଧୀ ମନ୍ଦିର ହୋଇଥିଲେ ବି କେବଳ ଗାନ୍ଦୀ ଜୟନ୍ତିରେ ପ୍ରଶାସନ ପାଖ ମାଡିଥାନ୍ତି।
ଅଧିକ ଦେଖନ୍ତୁ: