ସୁନ୍ଦରଗଡ: ଭୋକର ବିକଳ ଦୁନିଆର ଏ ଚିତ୍ର ଓଡ଼ିଶାର । ଦୃଶ୍ୟକୁ କିଭଳି ଆପଣଙ୍କୁ ବୁଝାଇବୁ ହୁଏତ ଆମ ପାଖରେ ବି ସେ ଶବ୍ଦ ନାହିଁ । ଆପଣଙ୍କ ପରି ଆମେ ବି ଏ ଦୃଶ୍ୟ ଦେଖି ବିଚଳିତ । କୁନି ମନ ଜାଣିପାରିଲାନି ଅଇଁଠାପତ୍ର କଣ
ଅଇଁଠା ପତ୍ରରେ ବି କିଛି ନାହିଁ । ଯାହାକୁ ଚାଟି ଚାଟି ପେଟର ଭୋକ ମେଣ୍ଟାଇବାକୁ ଚେଷ୍ଟା କରୁଥିଲା ଏ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ସୁନ୍ଦରଗଡ଼ କୋଇଡା ବ୍ଲକ ଗଣୁଆ ଗାଁରେ ଦେଖିବାକୁ ମିଳିଛି । ଆଉ ସେହି ଗାଁର ସୁନାପଶି ଡାଡ଼ୁଗୋଠ ସାହିରେ ରୁହନ୍ତି ରାବଣ ମୁଣ୍ଡା । ଏ ହେଉଛି ତାଙ୍କ ଘର ଆଉ । ୩ ଛୁଆଙ୍କ ଉପରେ ଆଉ ମାଆର ପଣତକାନି ନାହିଁ । କୁନି କାନ୍ଧ କାଠ ବୋହୁଛି । କୁନି ହାତରେ କପଡ଼ା ସାଉଁଟି ଆଣୁଛି ।
କିଛି ମାସ ତଳେ ପତ୍ନୀ ଆରପାରିକୁ ଚାଲିଗଲେ । ୩ ଛୁଆଙ୍କୁ ନେଇ ରାବଣ ଚଳିବା କଷ୍ଟକର । ପେଟ ପାଇଁ ଘରୁ ଗୋଡ଼ କାଢ଼ିବାକୁ ପଡ଼ିବ । ଆଉ ସେହି ସମୟରେ ପିଲାମାନଙ୍କ କଥା ବୁଝିବାକୁ କେହିନାହିଁ । ବେଳେ ବେଳେ ଭୋକର ନିଆଁ କାହା ଭୋଜିର ଅଇଁଠାପତ୍ର ଖାଇବାକୁ ବାଧ୍ୟ କରେ ।
କେବଳ ଏ ଗୋଟିଏ ପରିବାର ନୁହେଁ, ଆମେ ଏ ଗାଁରେ ଦେଖିବାକୁ ପାଇଥିଲୁ ନଗଡ଼ାର ଚିତ୍ର । ଉପଯୁକ୍ତ ଖାଦ୍ୟ ନ ପାଇଁ ଅପପୁଷ୍ଟିର ଶିକାର ହେଉଛନ୍ତି ଏମାନେ । ଆଉ ଏ ଭିଡିଓ ହିଁ ଖୋଲିଦେଲା ଏଠାରେ କିଭଳି ମିଳୁଛି ସରକାରୀ ସୁବିଧା । ଅଙ୍ଗନୱାଡୀ କେନ୍ଦ୍ରରେ କାଳେ ମାସେ ୨ ମାସରେ ଥରେ ମିଳୁଛି ଛତୁଆ । ଆଉ ସବୁଠୁ ବଡ଼ କଥା ସରପଞ୍ଚଙ୍କ ଘର ସାମ୍ନାରେ ରାବଣଙ୍କ ପରିବାର ରହୁଥିଲେ ବି ସରପଞ୍ଚଙ୍କ ପାଖରେ ଖବର ନାହିଁ ।
କୋଇଡାରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି ସରକାର । ଧନି ଗାଁରେ କିନ୍ତୁ ନଗଡ଼ା ଭଳି ସ୍ଥିତି । ୨୫ ବର୍ଷ ଶାସନରେ ରହିବା ପରେ ବି ଏଠି ବିକାଶର ଆଲୁଅ ପହଁଚାଇ ପାରିନି ବିଜୁ ଜନତା ଦଳ ।