ସର୍ବ ଭାରତୀୟ ସ୍ତରରେ ହୋଲି ୧୯ ତାରିଖରେ ପାଳନ ହେଉଥିବାରୁ ଆଠଗଡରେ ମଧ୍ୟ ୧୯ ତାରିଖରେ ହୋଲି ଉତ୍ସବ ପାଳନ କରାଯିବ। ଏନେଇ ଆଠଗଡ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଆଠଗଡରେ ରାଜରାଜୁଡା ଅମଳରୁ ଦୋଳ ଯାତ୍ରା ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଆଠଗଡର ନିଜିଗଡ଼ରେ ପଞ୍ଚୁଦୋଳ ଯାତ୍ରା ହେବା ସହ ଯାତ୍ରା ପରଦିନ ହୋଲିପର୍ବ ପାଳନ କରାଯାଇଥାଏ। କିନ୍ତୁ ଏଥର ୧୯ତାରିଖରେ ଆଠଗଡରେ ପାଳନ ହେବ ହୋଲି।
ଓଡିଶାରେ ବାର ମାସରେ ତେର ପର୍ବ। ଆଉ ହୋଲି ପର୍ବ ଅନ୍ୟତମ। ଯାହାକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। କେବେ ହୋଲି ଆସିବ, ଆଉ ଆମେ ଏହି ପର୍ବ ପାଳନ କରିବୁ।