ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣା ନୀତିକୁ ବିରୋଧ କରିଛନ୍ତି । ପ୍ରଥମେ ପଛୁଆବର୍ଗ ଏବଂ ଏବେ ଆଦିବାସୀ ମାନଙ୍କ ହକକୁ ରାଜ୍ୟସରକାର ଛଡେଇ ନେଇଥିବା ଅଭିଯୋଗ ହୋଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଶହ ଶହ ସଂଖ୍ୟାରେ ଆସି ଏକତ୍ରିତ ହୋଇ ନିଜର ହକ ପାଇଁ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି।
ଆଦିବାସୀ ମାନଙ୍କୁ ସଂରକ୍ଷଣ ଦେବାର ବ୍ୟବସ୍ଥାକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରୁଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ତେବେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି।