କଟକ: ସାମୁହିକ ବ୍ରତୋପନୟନ। ବ୍ରତ ହୋଇଛନ୍ତି ୧୦ରୁ ଅଧିକ ବ୍ରହ୍ମଚାରୀ। ବ୍ରତ ହେଲେ ୧୦ରୁ ଅଧିକ ବ୍ରହ୍ମଚାରୀ। ନିଆଳିର ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ । ଆର୍ଥିକ ସ୍ଥିତି ଭଲ ନଥିବା ବ୍ରାହ୍ମଣ ପରିବାର ର ବ୍ରହ୍ମଚାରୀ ମାନେ ଏକତ୍ର ହୋଇ ବ୍ରତ ହୋଇଛନ୍ତି। ଯାହାଦ୍ଵାରା ବ୍ରହ୍ମଚାରୀ ଏବଂ ପରିବାର ବର୍ଗ ମାନେ ବହୁତ ଖୁସି ଥିବା କଥା କହିଛନ୍ତି ।ନିଜ ପୁଅ ବ୍ରତଘର ରେ ପ୍ରଦ୍ୟୁମ୍ନ ସେନାପତି 2ଦିନ ଧରି ନିଆଳିରେ ଆୟୋଜନ କଲେ ସାମୁହିକ ଚାରିକର୍ମ ଓ ବ୍ରତଘ।. ବ୍ରହ୍ମଚାରୀ ଏବଂ ତାଙ୍କ ପରିବାରର ରହିବା, ଖାଇବା, କର୍ମ ରେ ଆଦି ବିଭିନ୍ନ ଖର୍ଚ୍ଚ ମଧ୍ୟ କରିଛନ୍ତି ପ୍ରଦ୍ୟୁମ୍ନ।
ଦେଖନ୍ତୁ ଭିଡିଓ :ଚାଲିଛି ସାମୁହିକ ବ୍ରତୋପନୟନ
ବ୍ରାହ୍ମଣ ମହାସଂଘ ଓଡ଼ିଶାର କର୍ମକର୍ତ୍ତା ମାନେ ଏହି ମାଙ୍ଗଳିକ କାର୍ଯ୍ୟରେ ଉପସ୍ଥିତ ଥିଲେ॥ 10ଜଣ ବ୍ରହ୍ମଚାରୀ ଙ୍କର ବ୍ରତୋପନୟନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ,ନୟାଗଡ଼, ଜଗତସିଂପୁର ବିଭିନ୍ନ ଜିଲ୍ଲାରୁ 9ଜଣ ବ୍ରହ୍ମଚାରୀ ଆସିଥିବା ବେଳେ ପ୍ରଦ୍ୟୁମ୍ନ ଙ୍କର ପୁଅ କୁ ମିଶାଇ ମୋଟ 10ଜଣ ବ୍ରତ ହୋଇଥିଲେ। ଏନେଇ ଅଞ୍ଚଳବାସୀ ମାନେ ବହୁତ ଖୁସି ଅଛନ୍ତି। ସନ୍ଧ୍ୟାରେ ଏକ ସାଙ୍ଗରେ ରୋଷଣୀ ନିଆଳି ବଜାର ପରିକ୍ରମା କରିଥିଲା।