ପିପିଲି ଉପନିର୍ବାଚନ ପ୍ରଚାର
ଅନୁଗୁଳ: ବେଆଇନ ମଦ ଦୋକାନ ଉପରେ ଚଢ଼ାଉ । ୧୨ ବସ୍ତା ମହୁଲୀ ମଦ ସହ ୩ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ସାଇଟ୍ ଥାନାଠାରୁ ୫ଶହ ମିଟର ଦୂରରେ ଦିର୍ଘଦିନ ଧରି ବେଆଇନ ଭାବରେ ମଦ ଦୋକାନ ଚାଲିଛି । ତେବେ ଆଜି ତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ ସହ ୩ଜଣଙ୍କୁ ଗିରଫ କରିଛନ୍ତି ।
ସୂଚନା ଯେ, ରେଙ୍ଗାଳି ବଜାରର ଛାତି ଉପରେ ବେଆଇନ ମଦ ବିକ୍ରି ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ଚୁପ୍ ଥିବାରୁ ମହିଳାମାନେ ତାଳଚେର ଅବକାରୀ ବିଭାଗକୁ ଖବର ଦେଲାପରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୨ ବସ୍ତା ମହୁଲୀ ପାଉଚ ମଦ ସହ ୩ଜଣ ମଦ ମାଫିଆଙ୍କୁ ଗିରଫ କରିଥିବା ଜଣାପଡିଛି ।