ଭଦ୍ରକ: ଟ୍ରେନ୍ରେ ଜଣେ ମହିଳା ଏକାଥରକେ ୩ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ସମସ୍ତଙ୍କ ମୃତ୍ୟୁ ଘଟିଛି । ଅସୁରକ୍ଷିତ ପ୍ରସବ ଯୋଗୁ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଟ୍ରେନରେ ଯାତ୍ରା ସମୟରେ ଏଭଳି ଘଟିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଆସାମର ଜଣେ ମହିଳା ଯାତ୍ରୀ । ସେ ଓଡ଼ିଶାର ଭଦ୍ରକ ଷ୍ଟେସନରେ ଟ୍ରେନରେ ଏକାଥରେ ୩ ଶିଶୁପୁତ୍ର ଜନ୍ମ ଦେଇଥିଲେ। କିନ୍ତୁ ନବଜାତମାନଙ୍କର ସ୍ୱାସ୍ଥ୍ୟ ଠିକ୍ ନଥିଲା। ଏହାପରେ ୩ ଅସୁସ୍ଥ ନବଜାତଙ୍କୁ ରେଳବାଇ ପକ୍ଷରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତିନି ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ମହିଳା ଯାତ୍ରୀଜଣକ ସୁସ୍ଥ ଥିବା ଜଣାଯାଇଛି। ଏହି ଘଟଣା ଏବେ ଭଦ୍ରକ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ରେଳବାଇ ବିଭାଗ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି ।
