ଗାଁର କିଛି ବିଜେପି କର୍ମୀ ରଙ୍ଗ ଖେଳୁଥିବାବେଳେ ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ। ପରେ ଘଟଣା ଉଗ୍ରରୂପ ନେଇଥିଲା। ତେଣୁ ହାତାହାତି ହେବା ସହ ବାଡ଼ିରେ ଆକ୍ରମଣ ହୋଇଥିଲା।
ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ୩ ଜଣଙ୍କୁ ଗୁରୁତର ଆହତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ସେମାନେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।