ପାରିଓରଡ଼ ଗ୍ରାମର ବଗୁଲି ଜେନା ଏବଂ ଶଙ୍କର ଜେନାଙ୍କର ଘର ଉପରେ ଜଳୁ ଥିବା ସଳିତା ( ଦୀପ ସଳିତା ) କୁ ଏକ 'କାଉ' ଆଣି ପକେଇ ଥିବାରୁ ଏଭଳି ଅଗ୍ନିକାଣ୍ଡ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି।
ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।