ଗାଁ ରେ ଦୁଇ ଭାଇଙ୍କର ଗୋଟେ ପଟେ ଦ୍ଵାଦଶହ କର୍ମ ଚାଲିଥିବାବେଳେ ଅନ୍ୟପଟେ ଭୋଜି ପାଇଁ ରନ୍ଧା ବଢ଼ା ଚାଲିଛି । ଠିକ ସେତିକି ବେଳେ ଖବର ଆସିଲା ପୁଣି ଆଉ ଜଣଙ୍କର ମୃତ୍ୟୁ ହୋଇଛି ।
ଦୁଇ ଭାଇଙ୍କର ଆଜି ଏକା ସାଙ୍ଗରେ ଦ୍ଵାଦଶ କର୍ମ ଚାଲିଛି । ଟେଣ୍ଟ ବନ୍ଧା ହୋଇଛି । ରୀତି ଅନୁଯାୟୀ ପଡୋଶୀଙ୍କୁ ଭୋଜି ଦେବାକୁ ରୋଷେଇ ଚାଲିଛି । କିନ୍ତୁ ଏହି ସମୟରେ ଖବର ଆସୁଛିଦୁର୍ଘଟଣାରେ ଘରର ଆଉ ଜଣଙ୍କର ମୃତ୍ୟୁ ହୋଇଛି ।
ଘରର ବଡ ପୁଅ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କର ନଭେମ୍ବର ମାସ 27 ତାରିଖରେ ଦିନ 4 ଟା ସମୟରେ ଦେହାନ୍ତ ହେଲା । ଘରଲୋକେ ସାହି ଭାଇ ଓ ବନ୍ଧୁ ବାନ୍ଧବମାନେ ମିଶି ଶବ ସତ୍କାର କରିଥିଲେ । ଠିକ ସେହିଦିନ ବିଳମ୍ବିତ ରାତି ପ୍ରାୟ 1 ରୁ 2 ଟା ମଧ୍ୟରେ ବଡ଼ ମଝିଆ ଭାଇ ହରପ୍ରସାଦ ପାଣିଗ୍ରାହୀ ମଧ୍ୟ ଆରପାରିକୁ ଚାଲିଗଲେ ।
ଏମିତିରେ ଗୋଟିଏ ଦିନରେ ଘରର ଦୁଇ ଜଣଙ୍କୁ ବିଦାୟ ଦେଇଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ । ଠିକ ଏତିକି ବେଳେ ପୁଣି ଏକ ଅଘଟଣ ଅପେକ୍ଷା କରିଥିଲା । ଆଉ ଦ୍ଵାଦଶହ ଦିନର ଦୁର୍ଘଟଣାରେ ଚାଲିଗଲେ ଘରର ସାନ ମଝିଆ ବୋହୁ ଭାରତୀ ପାଣିଗ୍ରାହୀ । ଯାହାକୁ ନେଇ ପୁରା ଗାଁ ଏବେ ସ୍ତବ୍ଧ ।
ଅଳିଆ ପକାଇବା ପାଇଁ ଯିବା ବେଳେ ଏକ ଅଜଣା ଗାଡି ଧକ୍କାରେ ସେ ଗୁରୁତର ହୋଇଥିଲେ । ସାଙ୍ଗେ ସାଙ୍ଗେ ଭଦ୍ରକ ମେଡିକାଲକୁ ଆଣିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କହିଲେ ଡାକ୍ତର । ଠିକ ଏତିକି ବେଳେ ଗାଁ ରେ ନିମନ୍ତ୍ରଣ ହୋଇଥିବା ଲୋକମାନଙ୍କ ଓ ଗ୍ରାମବାସୀ ମାନେ ଶୁଣି ସ୍ତବ୍ଧ ହୋଇଛନ୍ତି । ଦ୍ୱାଦଶହ ପାଇଁ ଆୟୋଜନ ହୋଇଥିବା ଖାଦ୍ୟକୁ ନଷ୍ଟ କରାଯାଇଛି । ଏମିତି ଦୁଃଖ ଭଗବାନ କାହାରିକୁ ନ ଦିଅନ୍ତୁ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।