ଆହୁର ପଢନ୍ତୁ ଓଡିଶା ଖବର...
ରାଉରକେଲା: ଖେଳ ଦେଖୁଥିବା ବେଳେ ବଜ୍ରଘାତରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଏ ଅଘଟଣ ଘଟିଛି ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଙ୍ଗ ଥାନା ବୀରୁଆଲ ଗାଁରେ । ଫୁଟବଲ୍ ମ୍ୟାଚ୍ ଚାଲିଥିବାବେଳେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା । ମ୍ୟାଚ ଦେଖିବାକୁ ଆସିଥିବା 3 ଜଣ ବଜ୍ରାଘାତର ଶିକାର ହୋଇଥିଲେ । ଅନ୍ୟ 4 ଗୁରୁତର ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହୁର ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ବିଜେପି ଏମ୍ପି ମେନକା ଗାନ୍ଧିଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଅନ୍ତର୍ଜାତୀୟ କୃଷ୍ଣ ଭାବନା ସଂଘ (ଇସ୍କନ)କୁ ଏକ ବଡ଼ ଠକ ଏବଂ ଏହା ନିଜ ଗୋଶାଳାରୁ କଂସେଇମାନଙ୍କୁ ଗାଈ ବିକ୍ରି କରୁଛି ବୋଲି କହୁଥିବା ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାଣୀ ଅଧିକାର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଇସ୍କନ ଅନେକ ଗୋଶାଳା ପ୍ରତିଷ୍ଠା କରିଛି ଏବଂ ସେଥିପାଇଁ ବିପୁଳ ଜମି ଆକାରରେ ସରକାରଙ୍କଠାରୁ ଅନେକ ସୁବିଧା ପାଉଛି। କିନ୍ତୁ ଗାଈମାନଙ୍କର ଉପଯୁକ୍ତ ଯତ୍ନ ନେଉନାହିଁ।
ମେନକା କହିଛନ୍ତି ଯେ, ସେ ନିକଟରେ ଇସ୍କନର ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁର ଗୋଶାଳାକୁ ଯାଇଥିଲେ। କିନ୍ତୁ ଗୋଟିଏ ବି ଗାଈ ସେଠାରେ ଭଲ ଅବସ୍ଥାରେ ଥିବା ଦେଖିବାକୁ ପାଇ ନ ଥିଲେ। ଗୋଶାଳାରେ ଗୋଟିଏ ବି ବାଛୁରି ନ ଥିଲେ, ତା’ ମାନେ ସବୁ ବାଛୁରିଙ୍କୁ ବିକ୍ରି କରିଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଇସ୍କନ କଂସେଇଙ୍କୁ ଯେତିକି ଗାଈ ବିକୁଛି, ଅନ୍ୟ କେହି ସେପରି କରୁ ନାହାନ୍ତି। ଅଥଚ ରାସ୍ତାରେ ସେମାନେ ‘ହରେ ରାମ ହରେ କୃଷ୍ଣ’ ଗାଇ ଗାଇ ବୁଲୁଛନ୍ତି ଏବଂ ସେମାନଙ୍କ ସାରା ଜୀବନ କ୍ଷୀର ଉପରେ ନିର୍ଭରଶୀଳ ବୋଲି ସେମାନେ କହିଚାଲିଛନ୍ତି ବୋଲି ମେନକା କହିଥିଲେ।
ଅନ୍ୟପକ୍ଷରେ ଇସ୍କନ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବିବୃତିରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ଏଭଳି ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ସେମାନେ କହିଛନ୍ତି। ଇସ୍କନର ଜାତୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ ଏକ ବିବୃତିରେ କହିଛନ୍ତି, ସାରା ବିଶ୍ବର ଅନେକ ସ୍ଥାନରେ ଗୋସୁରକ୍ଷାର ଅଗ୍ରଦୂତ ସାଜିଛି ଇସ୍କନ, ଯେଉଁଠି ଗୋମାଂସ ଏକ ଖାଦ୍ୟ ଭାବରେ ପ୍ରଚଳିତ। ଅନେକ ପରିତ୍ୟକ୍ତ ଓ ଆହତ ଗୋରୁଙ୍କୁ ଆଣି ଇସ୍କନରେ ନିଜ ଗୋଶାଳାରେ ରଖି ଯତ୍ନ ନେଇଥାଏ। କଂସେଇଖାନାକୁ ଯାଉଥିବା ଗୋରୁଙ୍କୁ ବି ଉଦ୍ଧାର କରି ଇସ୍କନ ନିଜ ଗୋଶାଳାରେ ଆଣି ରଖିଥାଏ। ତେଣୁ ମେନକା ଗାନ୍ଧିଙ୍କ ଅଭିଯୋଗ ସେମାନଙ୍କୁ ବିସ୍ମିତ କରିଛି ବୋଲି ଦାସ କହିଛନ୍ତି। ସେ ମେନକା ଗାନ୍ଧିଙ୍କଠାରୁ ତାଙ୍କ ବିବୃତିର ସତ୍ୟତାର ପ୍ରମାଣ ଦାବି କରିଛନ୍ତି। ସେ କହିଛନ୍ତି ଯେ ମେନକା ଗାନ୍ଧି କେବେ ବି ଅନନ୍ତପୁର ଗୋଶାଳା ପରିଦର୍ଶନ କରିନାହାନ୍ତି । ସେ ତାଙ୍କ ଅଭିଯୋଗର ଯେ କୌଣସି ପ୍ରମାଣ ଦେଖାନ୍ତୁ ବୋଲି ଇସ୍କନ ପିଆର୍ଓ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଜାମିନ ପାଇବା ସତ୍ତ୍ବେ ଜଣେ କଏଦୀଙ୍କୁ ଅଧିକ ୩ ବର୍ଷ ଜେଲରେ ରହିବାକୁ ପଡ଼ିଥିବାରୁ ରାଜ୍ୟ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଗୁଜରାଟ ହାଇକୋର୍ଟ ଆଦେଶ ଦେଇଛନ୍ତି। ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇଥିଲେ ଯେ, ୨୦୨୦ରେ ଇମେଲ ମାଧ୍ୟମରେ କୋର୍ଟରୁ ସେମାନଙ୍କ ପାଖକୁ ଯେଉଁ ଜାମିନ ଆଦେଶ ଆସିଥିଲା, ସେହି ଇମେଲର ଆଟାଚମେଣ୍ଟକୁ ଖୋଲିବାରେ ସେମାନେ ବିଫଳ ହୋଇଥିଲେ। ତେଣୁ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜାମିନରେ ମୁକ୍ତ କରିପାରି ନ ଥିଲେ। ସେତେବେଳେ କୋଭିଡ୍ ମହାମାରୀ ଚାଲିଥିବାରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନ ଥିଲା। ଚନ୍ଦନଜୀ ଟାକୋର ନାମକ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ବର୍ତ୍ତମାନ ୨୭।
ଏକ ହତ୍ୟା ମାମଲାରେ ତାଙ୍କୁ ଆଜୀବନ ଜେଲଦଣ୍ଡ ହୋଇଥିଲା। ପରେ କୋର୍ଟ ତାଙ୍କ ଦଣ୍ଡାଦେଶକୁ ଖାରଜ କରି ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଜାମିନ ପାଇବା ସତ୍ତ୍ବେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ତାଙ୍କୁ ଅଧିକ ତିନିବର୍ଷ ଜେଲରେ ରହିବାକୁ ପଡ଼ିଥିଲା। ଗୁଜରାଟ ହାଇକୋର୍ଟ କହିଲେ ଯେ, ଇମେଲ ଖୋଲିଲାନି ବୋଲି ଜେଲ କର୍ତ୍ତୃପକ୍ଷ ଚୁପ୍ଚାପ୍ ବସିଯିବା ଚରମ ଅବହେଳାର ନିଦର୍ଶନ। ଜେଲ କର୍ତ୍ତୃପକ୍ଷ ରେଜିଷ୍ଟ୍ରି ବା ଦୌରା କୋର୍ଟ ସହ ଏ ବାବଦରେ ଯୋଗଯୋଗ କରିପାରିଥାନ୍ତେ। ଗୁଜରାଟ ସରକାର ୧୪ ଦିନ ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଗାଁ ମୁଣ୍ଡରେ ଜଙ୍ଗଲୀ ହାତୀପଲ। ମଝି ନଦୀରେ ଫସିଲେ ହାତୀପଲ। କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ପଞ୍ଚାୟତ ମାଣିକପୁର ଗ୍ରାମର ନଦୀରେ ଦେଖିବାକୁ ମିଳିଛି ହାତୀପଲଙ୍କୁ। ଆଜି ସକାଳୁ ହାତୀପଲ ନଦୀରେ ଗାଧୋଉଥିବା ଦେଖିବାକୁ ପାଇଥିଲେ ଲୋକେ।
ଗାଁଲୋକେ ଏତେ ହାତୀଙ୍କୁ ନଦୀରେ ଦେଖି ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ କର୍ମୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏପଟେ ବିଭିନ୍ନ ସମୟରେ ହାତୀ ଆସି ଗାଁରେ ଘରଦ୍ବାର ଭଙ୍ଗିବା ସହ ଚାଷ ଜମି କ୍ଷତି କରିଦେଉଛନ୍ତି। ସେଥିପାଇଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର