ଭୁବନେଶ୍ୱର: ଗତକାଲି ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଏନେଇ ୨୨ଟି ଜିଲ୍ଲାକୁ ଦିନ ୧୨ଟା ୧୫ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା ସତର୍କ ସୂଚନା ଜାରି କରିଛନ୍ତି ।
୨୨ଟି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଗଞ୍ଜାମ, ଗଜପତି, ନୂଆପଡ଼ା ଓ ବଲାଙ୍ଗିର। ଦିନ ୧୨ଟା ୧୫ ଯାଏ ସତର୍କ ରହିବାକୁ ଏହି ସମସ୍ତ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।
ସେ କହିଛନ୍ତି,“ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବାରେ ଏଥର ପ୍ରାୟ ସପ୍ତାହେରୁ ଅଧିକ ବିଳମ୍ବ ହୋଇଛି । ତେବେ ଆସନ୍ତା ଜୁଲାଇ ଓ ଅଗଷ୍ଟରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହେବ।”

