ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡିକ ହେଲା ମାଲକାନଗିରି ,କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା କଳାହାଣ୍ଡି । ଏହାସହ ଅନ୍ୟ ଜିଲ୍ଲା ଗୁଡିରେ ବି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ କେନ୍ଦୁଝର, ଯାଜପୁର ଅନୁଗୁଳ ଢେଙ୍କାନାଳ କଟକ ଜଗତସିଂହପୁର ନୟାଗଡ ଖୋର୍ଦ୍ଧା ଓ ପୁରୀ ଅନେକ ସ୍ଥାନରେ ପଶ୍ଚିମା ଝଡ଼ ର ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନ ରହିଛି। ବିଶେଷ ଭାବେ ଏହି ସମୟରେ ପବନର ବେଗ ୪୦ ରୁ ୪୫ କିମି ବହିବାର ମଧ୍ୟ ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକଲି ବା ୧୮ ତାରିଖରୁ ବର୍ଷାର ବିସ୍ତୃତି ବଢିବ । ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ପ୍ରବଳ ବର୍ଷାର ସମ୍ଭାବନ ଥିବା ବେଳେ କେନ୍ଦୁଝର ଯାଜପୁର ଢେଙ୍କାନାଳ କଟକ କୋରାପୁଟ ମାଲକାନଗିରି ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ୧୯ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୨୦ ତାରିଖ ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ କମିବ ଆଉ ପୁଣି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ଅନ୍ୟପଟେ ଭୁବନେଶ୍ୱରରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନ ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ସ୍ୱାଭାବିକଠାରୁ ୪ ପ୍ରତିଶତ କମ୍ ୩୧.୬ ତାପମାତ୍ରା ରେକର୍ଡ କରାଯାଇଛି ।
ପାଣିପାଗ ଖବର ଆହୁରି ପଢନ୍ତୁ