ଅଧିକ ପଢନ୍ତୁ :ଆଜିଠୁ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼
ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଖୋର୍ଧା, ନୟାଗଡ଼, ଗଞ୍ଜାମ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ଗଜପତି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୪୦-୫୦ କିମି ପବନ ବହିବା ସହିତ ବିଜୁଳି, ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର ସୁଚନା ଦେଇଛି । ସେହିପରି ୨୮ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜକୁ ୟେଲୋ ଓ୍ୱାର୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ପୂର୍ବ ବାଂଲାଦେଶ ଓ ପାର୍ଶ୍ବବର୍ତୀ ଅଞ୍ଚଳରେ ଏକ ଘୂର୍ଣୀବଳୟ ସକ୍ରୀୟ ପ୍ରଭାବରେ ପାଗରେ ପରିବର୍ତନ ହେବ । ଗତ ୨୪ ଘଣ୍ଟା ଭିତରେ ଝାରସୁଗୁଡ଼ା, ସୋନପୁର ଓ ସମ୍ବଲପୁର ରେ ସର୍ବାଧିକ ୩୭.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବା ବେଳେ ସର୍ବନିମ୍ନ ବଉଦ ରେ ୧୭.୩ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ସେହିପରି ମୟୁରଭଞ୍ଜର ମୁରୁଡ଼ା ରେ ୫୪ ମିମି, ମାଲକାନଗିରି ପଡ଼ିଆରେ ୩୫.୨ ମିମି, ବାଲେଶ୍ବର ରେମୁଣା ରେ ୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି ।
ପାଣିପାଗ ସମ୍ପର୍କିତ ନ୍ୟୁଜ ଆହୁରି ପଢନ୍ତୁ