Headlines @ 7AM |3 July 2022| Argus News
ରାସ୍ତା କଡ଼ରୁ ଟିଫିନ୍ ବୋମା ଉଦ୍ଧାର

ନବରଙ୍ଗପୁର: ରାସ୍ତାକଡରୁ ଟିଫିନ୍ ବୋମା ଉଦ୍ଧାର । ନବରଙ୍ଗପୁର ଜିଲ୍ଲାର ରାଇଘର ନିକଟସ୍ଥ ସିରିଗୁଲା ଗାଁରେ ଟିଫିନ୍ ବୋମା ଠାବ କରିଛି ପୋଲିସ। ରାସ୍ତା କଡରେ ଏହା ପୋତାଯାଇଥିବାର ଦେଖିବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ଓ ବୋମା ନିଷ୍ପିୟକାରୀ ଦଳ ପହଞ୍ଚି ଟିଫିନ୍ ବୋମାକୁ ଉଦ୍ଧାର କରିଥିଲେ । ରାସ୍ତାକଡ଼ରୁ ବୋମା ମିଳିବା ନେଇ ଗାଁର ଲୋକମାନେ ଆତଙ୍କୀତ ହୋପଡିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା

ଅର୍ଗସ ବ୍ୟୁରୋ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ। ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ଆଜିଠାରୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା । ବିଶ୍ବାସ ରହିଛି ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ୨ ବର୍ଷ ଧରି ଅଡ଼ପ ମଣ୍ଡପ ଦର୍ଶନ ବନ୍ଦ ଥିବାରୁ ଆଜି ଭକ୍ତଙ୍
Download Argus News App
