ନନ୍ଦନକାନନରେ କଲରାପତରିଆ ପ୍ରଜନନ ସଫଳ ହେଉନଥିବାରୁ ଧିରେ ଧିରେ ଏହି ପ୍ରଜାତିର ବାଘ ସଂଖ୍ୟା କମିବାରେ ଲାଗିଛି। ସୂଚନାମୁତାବକ, ଗତ ୮ ତାରିଖରେ ମଙ୍ଗଳ ହଠାତ୍ ଅସୁସ୍ଥ ହୋଇପଡିଥିଲା। ଆଉ ଖାଦ୍ୟ ବି ଗ୍ରହଣ କରୁନଥିଲା। ଯାହାଦ୍ୱାରା ତାକୁ ପ୍ରାଣି ଚିକିତ୍ସା କେନ୍ଦ୍ରକୁ ଅଣା ଯାଇ ଅଲଗା ରଖାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳର ମୃତ୍ୟୁ ଘଟିଛି।
ତେବେ ମଙ୍ଗଳ ଏକ ବନ୍ଧ୍ୟାକରଣ ହୋଇଥିବା କଲରାପତିଆ ବାଘ। ୨୦୦୬ ମସିହା ମେ ୧ରେ ମଙ୍ଗଳ ପଞ୍ଜାବ ସତ୍ବୀରସ୍ଥିତ ମହିନ୍ଦ୍ରା ଚୌଧୁରୀ ପ୍ରାଣୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲା। ମଙ୍ଗଳକୁ ୨୦୧୨ ମାର୍ଚ୍ଚ ୧୦ ରେ ନନ୍ଦନକାନନକୁ ଅଣାଯାଇଥିଲା। ମଙ୍ଗଳର ମୃତ୍ୟୁପରେ ଏବେ ନନ୍ଦନକାନନରେ ୩ଟି ଅଣ୍ଡିରା ଓ ୩ ମାଈ କଲରାପତରିଆ ଅଛନ୍ତି।
ପ୍ରାକୃତିକ ସମ୍ପଦ ଖବର ଆହୁରି ପଢ଼ନ୍ତୁ ।