ବାଘ ଗଣତି ଟେକ୍ନୋଲୋଜିରେ ପରିବର୍ତ୍ତନ ଯୋଗୁଁ ବାଘ ସଂଖ୍ୟା ହ୍ରାସ ପାଇଛି ବୋଲି କହିଛନ୍ତି ପିସିସିଏଫ ଶଶୀ ପଲ । ସେ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ପାଦ ଚିହ୍ନ ଦେଖି ବାଘ ଗଣନା କରାଯାଉଥିଲା। ଏବେ କ୍ୟାମେରା ମାଧ୍ୟମରେ କରାଯିବା ଦ୍ୱାରା ସଂଖ୍ୟା କମିଛି। ରାଜ୍ୟରେ ହେବ ନୂଆ ବାଘ ସଂରକ୍ଷିତ ଜଙ୍ଗଲ ।
ସୁନା ବେଡାକୁ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏବେ ଶିମିଳିପାଳ ଓ ସାତକୋଶିଆ ଦୁଇଟି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ରହିଛି ।