ଗତକାଲି(ବୁଧବାର) ବିକ୍ରୀ ପାଇଁ ଡିଲ୍ ବେଳେ ୨ ଜଣଙ୍କୁ ମାଡ଼ି ବସିଲା STF । କନ୍ଧମାଳ ଖଜୁରୀପଦାରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା । ତେବେ ବାଘ ଛାଲ ରାକେଟ ପଛରେ ଆଉ କାହାର ହାତ ଅଛି ଏହି ଚେର କେତେ ବାଟ ଲମ୍ବିଛି ତାର ଖୋଳତାଡ଼ କରୁଛି STF ।
ଦିନକୁ ଦିନ ଏପରି ଘଟଣା ବଢ଼ି ଚାଲିଛି। ବାଘ ଛାଲ ରାକେଟ ପଛରେ ଆଉ କିଏ କିଏ ସାମିଲ ଅଛନ୍ତି ଏସବୁର ତଦନ୍ତ କରିବା ଆବଶ୍ୟକ ହୋଇପଡୁଛି ।
ଆହୁରି ପଢନ୍ତୁ ଅପରାଧ ଖବର...