ଚଳିତ ବର୍ଷ ଜୁନ 8 ତାରିଖରେ 2ଟି ବାଘ ଛାଲ ସହ ହରିଣ ଚମଡା ଏବଂ ଜୁନ 13ରେ ମଧ୍ୟ 2ବାଘ ଚମଡା ଜବତ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ସେହିପରି ଅକ୍ଟୋବର 13 ତାରିଖରେ ମଧ୍ୟ ଗୋଟିଏ କଲରାପତରିଆ ବାଘଛାଲ ଜବତ ହୋଇଥିଲା । କେବଳ କ୍ରାଇମବ୍ରାଞ୍ଚର ଏସଟିଏଫର ଜବତ ସଂଖ୍ୟା ଦେଖିଲେ ରାଜ୍ୟରେ ବାଘ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ବନ୍ଧୁକରେ ବାଘ ଶିକାର କରି ବାଘ ଚମଡାକୁ ବଜାରରେ ବିକ୍ରି କରି ମାଲେ ମାଲ ହେଉଛନ୍ତି ମଧ୍ୟସ୍ତି । ତେବେ ଜଙ୍ଗଲ ଭିତରେ ଶିକାର କରିବା ବେଳେ ବାଘର ଅବସ୍ଥିତି ଓ ବାଘକୁ ବନ୍ଧୁକରେ ମାରିବା କିଭଳି କାହା ନଜରରେ ପଡୁନି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି।
ନିକଟରେ ଗତକାଲି ରାଜଧାନୀର ଛାତି ଉପରେ ବାଘ ଛାଲ ଚୋରା କାରବାରର ରାକେଟ ରାଜ୍ୟରେ ବାଘ ସୁରକ୍ଷାକୁ ପଦାର ପକାଇଛି । ଜଙ୍ଗଲରେ ଗୋଟିଏ ପରେ ଗୋଟିଏ ବାଘ ଶିକାର କରୁଛନ୍ତି ଶିକାରୀ । କିନ୍ତୁ ବାଘଙ୍କ ସୁରକ୍ଷା ଦିଗରେ ବନ ବିଭାଗର ତତ୍ପରତା ନାହିଁ। ଗତକାଲି ବାଘ ଛାଲର କଳା ବେପାର କରୁଥିବା ସମୟରେ ଅଭିଯୁକ୍ତ ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତ ପ୍ରଶାନ୍ତ ତା ସହିତ ଆଉ ଜଣେ ଡ୍ରାଇଭରର ସମ୍ପୃକ୍ତି ସହ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ମଧ୍ୟ ନେଇଥିଲେ। ତେବେ ଅନ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ନେଇ ତଦନ୍ତ ଚାଲୁଥିବା କଥା କ୍ରାଇମବ୍ରାଞ୍ଚ ଏସିଟିଏଫ କହିଥିବା ବେଳେ ବାଘ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲରେ ବେଆଇନ ଶିକାର କରୁଥିବା ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।