
ନୂଆପଡ଼ା: ପୁଣି ନୂଆପଡ଼ାରେ ବାଘ ଆତଙ୍କ । ନୂଆପଡ଼ା ବ୍ଲକ ଧରମବନ୍ଧା ଗାଁ ନିକଟ ଲୋଡ଼ରା ପାଟ ଜଙ୍ଗଲରେ ଦେଖା ଦେଇଛି ଆତଙ୍କ । ଗତକାଲି ସନ୍ଧ୍ୟାରେ ଧରମବନ୍ଧା ଗାଁର ପୁନୋଉ ରାଉତ, ଓମ ପ୍ରକାଶ କଳାରଙ୍କ ଗାଈଗୋରୁକୁ ନିକଟ ଜଙ୍ଗଲକୁ ଚରାଇବାକୁ ଯାଇଥିବାବେଳେ ଦୁଇଟି ଚିତା ବାଘ ଆସି ଗୋଟିଏ ଗାଈକୁ ଟେକି ନେଇ ମାରି ଦେଇଛି । ଏବେ ଏହି ଘଟଣାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏବେ ଧରମବନ୍ଧା ବନ୍ୟ ପ୍ରାଣୀ ବିଭାଗ ତରଫରୁ ଗାଁରେ ସଚେତନତା କରି ୨୪ ଘଣ୍ଟିଆ ପଏଁତରା ମାରୁଛନ୍ତି । ଲୋକଙ୍କୁ ଆତଙ୍କିତ ନ ହେବାକୁ ବନ ବିଭାଗ ପରାମର୍ଶ ଦେଉଛନ୍ତି ।
ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଧରମବନ୍ଧା ଗାଁର ପୁନୋଉ ରାଉତ, ଓମ ପ୍ରକାଶ କଳାରଙ୍କ ଗାଈ ଗୋରୁକୁ ଚରାଇ ଫେରୁଥିବାବେଳେ ହଠାତ୍ ଦୁଇ ଗୋଟି ଚିତା ବାଘ ଆସି ଗୋଟିଏ ଗାଈକୁ ଟେକି ନେବା ସହ ମାରି ଦେଇଛି । ଭୟରେ ନିଜ ଜୀବନ ବଞ୍ଚାଇ ପୁନୋଊ ନିଜ ଗାଈ ମାଲିକ୍ କୁ ଜଣାଇବା ପରେ ଓମ ପ୍ରକାଶ କଳାର ବନ୍ୟ ପ୍ରାଣୀ ବିଭାଗକୁ ଜଣାଇଛନ୍ତି । ହଲଦୀ ଗାଁ ପରେ ନୂଆପଡ଼ା କୁକୁଡାଟାଲ୍ ଗାଁରେ ଦେଖାଦେଇଥିଲା ବାଘ ଏବେ ପୁଣି ବାଘ ଦେଖା ଦେଇଥିବାରୁ ଅଞ୍ଚଳବାସୀ ଆତଙ୍କିତ କରିଛି । କାଳେ ବାଘ ଗାଁକୁ ପଶି ଯିବ କି ? କାହାର ଘରକୁ ଆସି ଯିବ କି ବୋଲି ଲୋକେ ଘର ତାଟି କବାଟ ବନ୍ଦ କରି ଭୟଭିତ ଅବସ୍ଥାରେ ରହୁଛନ୍ତି । ୨ ଗତ ଦୁଇ ବର୍ଷ ତଳେ ସଦର ବ୍ଲକ ହଲଦୀ ଗାଁରେ ଦୁଇଟି କଳରା ପତରିଆ ବାଘ ଆତଙ୍କ ଖେଳାଇଥିଲା । ୨୦୧୭ ମଇ ୨୬ ତାରିଖ ରାତିରେ ହଲଦୀ ଗାଁର ହିରାଲାଲ ପାଣ୍ଡେଙ୍କ ଚାରି ବର୍ଷର ଶିଶୁ ପୁତ୍ର ଛଗନଲାଲଙ୍କୁ ମା କୋଳରୁ ଛାମ୍ପି ନେଇ ଖାଇ ଯାଇଥିଲା ।
