6 ମାର୍ଚ୍ଚ: ତରିଆ ମହୁଆଭଟା ଗାଁରେ ଗୋଟିଏ ବାଛୁରୀ କୁ ଟେକିନେଲା ବାଘ
8 ମାର୍ଚ୍ଚ: ପାୱାର ତଲା ଗାଁ ରେ ଗୋଟିଏ ଗାଈକୁ ଟେକିନେଲା ବାଘ
12 ମାର୍ଚ୍ଚ:ତରିଆ ମହୁଆଭଟା ଗାଁରେ ଗୋଟିଏ ବାଛୁରୀକୁ ଟେକିନେଲା ବାଘ
19 ମାର୍ଚ୍ଚ: ସୁନାବେଡ଼ା ଅଭୟାରଣ୍ୟ ଜଲମଡାଇ ଗାଁ ର ବୃଦ୍ଧା ସାନମତି ବାରିକ କୁ ଟେକି ଖାଇଲା ବାଘ
20 ମାର୍ଚ୍ଚ: ଜଳ ମଡାଇ ଗାଁ ରେ ବାଛୁରୀ କୁ ଖାଇଲା
23 ମାର୍ଚ୍ଚ: ତରିଆ ମହୁଆ ଭଟା ଗାଁ ରେ ଗୋଟିଏ ବାଛୁରୀ ଏବଂ ମଇଁଷି
23 ମାର୍ଚ୍ଚ: ଟନୱାଟ ଗାଁ ରେ ଦେଖାଗଲା ବାଘ
25 ମାର୍ଚ୍ଚ: ତରିଆ ମହୁଆଭଟା ଗାଁରେ ଗାଈକୁ ଟେକିନେଲା ବାଘ
26 ମାର୍ଚ୍ଚ: ଧରମବନ୍ଧା ଶିଲେରି ବାହାରା ଗାଁରେ ଗାଈ କୁ ମାରି ଖାଇଛି ବାଘ
ବର୍ତ୍ତମାନ ଜିଲ୍ଲାରେ ବାଘ ଆତଙ୍କ ଜାରି ରହିଥିବା ବେଳେ ବନ ବିଭାଗ ନାକେଦମ୍ । ଗାଁ ରେ ଲୋକେ ଭୟଭୀତ ଅବସ୍ଥାରେ । ନିଜର ସୁରକ୍ଷା ପାଇଁ ଗାଁ ନିକଟ ଜଙ୍ଗଲ ଅଞ୍ଚଳରେ ଠେଙ୍ଗା ବାଡି ଧରି ସତର୍କ ହୋଇ ରହିଛନ୍ତି ଗ୍ରାମବାସୀ ।
ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ସମୟରେ ବାଘ ଆତଙ୍କ ଦେଖାଦେଇଛି । ପୂର୍ବରୁ ମାଁ କୋଳରୁ ଗୋଟେ ଛୁଆ କୁ ବାଘ ଟେକି ନେଇ ଥିବା ବେଳେ ଘରକୁ ପଶି ଗାଈ ଏବଂ ଛେଳି କୁ ମଧ୍ୟ ଖାଇ ଦେଉଛି ବାଘ । ତଥ୍ୟ ଅନୁସାରେ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ରେ 19-20 ମସିହାରେ ତିନିଗୋଟି ଗାଈ ଏବଂ ଛେଳି ବାଘ ର ଶିକାର ହୋଇଥିବା ବେଳେ 20-21 ମସିହାରେ 19 ଗୋଟି , 21-22 ମସିହାରେ 12 ଗୋଟି 22-23 ମସିହାରେ 23 ରୁ ଉର୍ଦ୍ଧ ଗାଈ, ଛେଳି ମେଣ୍ଢା ଓ ମଣିଷ କୁ ଶିକାର କରିଛି ବାଘ ।
ତେବେ ଆଉ କେତେ ଜନ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେଲେ ବନ ବିଭାଗ ସଜାଗ ହେବ ।ପୂର୍ବରୁ କାହିଁକି ଲୋକଙ୍କୁ ସଚେତନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର