
ଭୁବନେଶ୍ଵର : କିମିଆ କଲା ଟିକଟିକ। ନା କୋରୋନା ଭୟ ଅଛି... ନା ପ୍ରଶାସନର ଭୟ । ସବୁ କଟକଣାକୁ ଫୁ କରି ପାର୍କରେ ଟିକଟିକ କରିବାରେ ମସଗୁଲ ହେଲେ ଯୁବକ, ଯୁବତୀ । ଭୁବନେଶ୍ୱରର ଆଇଜି ପାର୍କରେ ଟିକଟିକ ଭିଡିଓ ତିଆରି କରୁଥିବାବେଳେ କମିଶନରେଟ ପୋଲିସ ଚଢାଉ କରି 15ରୁ ଉର୍ଦ୍ଧ୍ୱ ଯୁବତୀ, ଯୁବକଙ୍କୁ ଉଠାଇ ନେଇଛି । ଏହାସହ ଯୁବପୀଢିଙ୍କ ଚାଲାଣ ମଧ୍ୟ କାଟିଛି ପୋଲିସ ।
ପାର୍କରେ ଟିକଟିକ କରିବା ପଡିଲା ମହଙ୍ଗା । କଟିଲା ଚାଲାଣ ଏପରିକି ଯୁବକ, ଯୁବତୀଙ୍କୁ ଟେକି ନେଲା କମିଶନରେଟ୍ ପୋଲିସ । ଆଜି ଭୁବନେଶ୍ୱର ଆଇଜି ପାର୍କରେ ଟିକଟକ ନିଶାରେ ମାତାଲ ଥିଲେ କିଛି ଯୁବକ ଓ ଯୁବତୀ । ନା ଥିଲା ସାମାଜିକ ଦୂରତା ଓ ନା ଥିଲା ମୁହଁରେ ମାସ୍କ । କରୋନା ଗାଇଡ଼ଲାଇନର ସବୁ ନିୟମକୁ ଫୁ କରି ଇନ୍ଦିରା ଗାନ୍ଧୀ ପାର୍କରେ ଟିକଟକ ଭିଡିଓ କରିବାରେ ବ୍ୟସ୍ତ ଥିଲେ ଏହି ଯୁବକ ଯୁବତୀ । ପାଖାପାଖି 15ରୁ ଉର୍ଦ୍ଧ୍ୱ ଯୁବପୀଢି ଇନ୍ଦିରା ଗାନ୍ଧୀ ପାର୍କରେ ଟିକ ଟକ ଭିଡିଓ କରୁଥିଲେ । ଖବର ପାଇ କମିଶନରେଟ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକ ଓ ଯୁବତୀଙ୍କୁ ଉଠାଇ ନେଇଛି । ଏହାସହ କୋରୋନା ଗାଇଡଲାଇନ ନମାନିଥିବାରୁ ଚାଲାଣ କଟାଯାଇଛି ।
ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଏଥିପାଇଁ ସରକାର ଓ ପ୍ରଶାସନ ଲୋକମାନଙ୍କୁ ତାଗିଦ ମଧ୍ୟ କରୁଛନ୍ତି । କିନ୍ତୁ ଆଜିକାଲିର ଯୁବପୀଢିଙ୍କୁ ଟିକଟିକ ବାୟା କରିଛି। ଯେଉଁଥିପାଇଁ ମହାମାରୀ କୋରୋନା ନିୟମକୁ ବି ଭୁଲି ଯାଉଛନ୍ତି ଏମାନେ । ଏପରିକି, ପାର୍କରେ ଅନ୍ୟ ଲୋକ ମର୍ଣ୍ଣିଂ ୱାକ୍ କରୁଥିବାବେଳେ ଏହି ଯୁବକ ଓ ଯୁବତୀ ଟିକଟକ ନିଶାରେ ମସଗୁଲ ଥିଲେ ।
