ବ୍ରହ୍ମପୁର: ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି । ବରଦାନ ସାଜୁଛି ପ୍ଲାଜମା । ସୁସ୍ଥ ହେଉଛନ୍ତି କରୋନାରେ ପୀଡିତ ଗୁରୁତର ରୋଗୀ । ଆଜି ବ୍ରହ୍ମପୁରର ୩ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେହିପରି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଲାଜମା ଦେବାକୁ ସେ ନିବେଦନ କରିଛନ୍ତି । କିଛିଦିନ ତଳେ କଟକ ଅଶ୍ୱିନୀ ହସ୍ପିଟାଲରେ ଜଣେ ମହିଳା ଆକ୍ରାନ୍ତ ପ୍ଲାଜମା ନେଇ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଥିଲେ ।
କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପୀକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । ପୂର୍ବରୁ କଟକର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ଗଞ୍ଜାମରୁ ଆଉ ୩ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ଓ କିମ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି କରାଯାଉଥିବା ବେଳେ କଟକର ଅଶ୍ୱିନୀ ହସ୍ପିଟାଲ ଏବଂ ଗଞ୍ଜାମ ଟାଟା ହସ୍ପିଟାଲରେ ମଧ୍ୟ ଏହି ବ୍ୟବସ୍ଥା ରହିଛି।
