ମହାପ୍ରଭୁ କାଳିଆ ସାଆନ୍ତ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଯାଇଛନ୍ତି । ଶ୍ରୀଜିଉମାନେ ନିଜ ନିଜ ରଥରେ ଗତକାଲି ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଂଚିଥିଲେ । ମନ୍ଦିରର ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିବାରୁ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହୋଇଥିଲା ।
କୋଭିଡ-୧୯ ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନୀତିରେ ବିଭ୍ରାଟ ଦେଖାଯାଇ ନଥିବା ସୂଚନା ରହିଛି । ଶ୍ରୀଜିଉମାନେ ଆଜି ଦିନ ସାରା ରଥାରୁଢ଼ ହୋଇରହିବେ । ମହାପ୍ରଭୁଙ୍କ ସକାଳ ନୀତି ରଥ ଉପରେ ଅନୁଷ୍ଠିତ ହୋଇଛି । ଆଜି ମହାପ୍ରଭୁଙ୍କୁ କେବଳ ଶୁଖିଲା ଭୋଗ ଅର୍ପଣ କରାଯିବ । ସନ୍ଧ୍ୟାରେ ରଥରୁ ଓହ୍ଲାଇ ଶ୍ରୀଜିଉମାନେ ଜନ୍ମବେଦୀକୁ ଯିବେ । ସେଠାରେ ଲୀଳାଖେଳା କରିବେ । ଏଥି ସହିତ ଭକ୍ତମାନଙ୍କୁ ଆଜିଠାରୁ ଆଡ଼ପ ଅଭଡ଼ା ମିଳିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।