ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧,୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୩ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୬୦୯ ସ୍ଥାନୀୟ ସଂକ୍ରମିତ।
Covid-19 Report For 31st July New Positive Cases: 1602 In Quarantine: 993 Local Contacts: 609 (Details of local contacts will be shared by concerned District Administration) District Wise Cases 1. Angul: 15 2. Balasore: 29 3. Bargarh: 13 4. Bhadrak: 20 5. Balangir: 38
— I & PR Department, Odisha (@IPR_Odisha) August 1, 2020
ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରୁ ସର୍ବାଧିକ ୩୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ରେ ପହଞ୍ଚିଛି।
ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଛେଣ୍ଡିପଦାବାସୀ । ସୂଚନା ଯେ, ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁଗୋଳରୁ ଦେବଗଡ଼ ରାସ୍ତାରେ ଯାଉଥିବା ବେଳେ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଓ ଗ୍ରାମବାସୀ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ନିଜେ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି।
ଆଗମୀ ଦିନରେ ଥିବା ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି ଅବସରେ ହେବାକୁ ଥିବା ପ୍ଲାଟିନମ ଜୁବଲି ବିଷୟରେ ମଧ୍ୟ ଅବଗତ କରାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ଜିଲ୍ଲା ଅନେକ କାର୍ଯ୍ୟକ୍ରମରେ ବାହାରି ଯାଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗୁରାପଲୀ ଟୋଲ ଗେଟ ନିକଟରେ ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶକୁ ରାସ୍ତା ପାର ହେଉଥିବା ଏକ ବାଇକ ଚାଳକଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଯୁବକ ଜଣକ ହେଲେ ମାଣିକ୍ୟପୁର ଗ୍ରାମର ଜଗବନ୍ଧୁ ଗୌଡଙ୍କ ପୁଅ ମୁନା ଗୌଡ। ସେ ନିଜ ଗ୍ରାମକୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ। ସେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ୧୧୨କୁ ଫୋନ କରିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀଙ୍କୁ କାନାଡା ଗଣମଧ୍ୟମର ସମାଲୋଚନା। ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି ପ୍ରସଙ୍ଗରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛି। ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ନିଜାରଙ୍କ ହତ୍ୟାରେ ଭାରତକୁ ଦାୟୀ କରିବା ଦାୟିତ୍ୱହୀନ ବୋଲି କାନାଡା ଗଣମାଧ୍ୟମ ଟ୍ରୁଡୋଙ୍କୁ ପ୍ରଶ୍ନ କରିଛି।
କାନାଡାର ଗଣମାଧ୍ୟମ ଏନେଇ କହିଛି, ଦେଶରେ ଦ୍ରୁତ ଗତିରେ ନିଜର ଲୋକପ୍ରିୟତା ହରାଇବା ଭିତରେ ଟ୍ରୁଡୋ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଯଦି ସେ ଏହାକୁ ଠିକ ପ୍ରମାଣ କରିପାରୁ ନାହାଁନ୍ତି, ତେବେ ଦେଶରେ ଓ ବିଶ୍ୱ ସ୍ତରରେ ଦେଶର ସମ୍ମାନ ହାନି ହେବ। କାନାଡାର ଅଗ୍ରଣୀ ଖବରକାଗଜ ନ୍ୟାଶନାଲ ପୋଷ୍ଟ ଏହାର ସମ୍ପାଦକୀୟରେ ଲେଖିଛି ଯେ, ଟ୍ରୁଡୋ ଏପର୍ଯ୍ୟନ୍ତ ପ୍ରମାଣ ଦେଇ ପାରି ନାହାନ୍ତି। ସେ କାନାଡାବାସୀଙ୍କୁ ଅଭିଯୋଗର କୌଣସି ପ୍ରମାଣ ଦେଖାଇବାରେ ବିଫଳ ହୋଇଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର