
ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ପୁଣି 616 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 415 ଜଣ କ୍ଵାରେଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ 201 ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜି ରାଜ୍ୟରେ 22ଟି ଜିଲ୍ଲାରୁ 616 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 283, କୋରାପୁଟ 50, ନବରଙ୍ଗପୁର 40, ବରଗଡ଼ 31, ଖୋର୍ଦ୍ଧା 29, ବାଲେଶ୍ଵର 27, କେନ୍ଦୁଝର 23, ଜଗତସିଂହପୁର 18, ଯାଜପୁର 17, ମାଲକାନାଗିରି 14, ମୟୁରଭଞ୍ଜ 13, ଝାରସୁଗୁଡା 11, ଢେଙ୍କାନାଳ ଓ ଅନୁଗୁଳରୁ 7 ଲେଖାଏଁ, କନ୍ଧମାଳ 6, ନୂଆପଡ଼ା ଓ ସୁନ୍ଦରଗଡ଼ରୁ 5, ଭଦ୍ରକ ଓ ବଲାଙ୍ଗୀରରୁ 2 ଲେଖାଏଁ, ପୁରୀ, ଗଜପତି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର 737କୁ ବୃଦ୍ଧି ହୋଇଥିବା ବେଳେ 8750 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେପଟେ ରାଜ୍ୟରେ 4896 ଆକ୍ଟିଭ୍ କେସ୍ ରହିଛି।
