ପୁରୀ: ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରୀଗୁଣ୍ଡିଚା ବିଜେ କରିବେ । ଏଣୁ ବିଧି ପରମ୍ପରା ଅନୁଯାଇ ମହାପ୍ରଭୁଙ୍କ ପାଖରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଆଗମନ ନେଇ ସନ୍ଦେଶ ପହଞ୍ଚିଥାଏ । ମହାପ୍ରଭୁଙ୍କ ସହ ଲକ୍ଷ୍ମୀ ଠାକୁରାଣୀଙ୍କ ଭେଟଘାଟକୁ ନେଇ ହେରାପଞ୍ଚମୀର ପୁର୍ବଦିନ ଅର୍ଥାତ ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ।
ମଧ୍ୟାହ୍ନ ଧୂପ ସରି ପଛ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକ ମାନେ ଆଡପମଣ୍ଡପରେ ମହାପ୍ରଭୁଙ୍କର ବନକଲାଗି ନୀତି କରିବେ । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକି ଉଠିବ । ଏହା ଏକ ଗୁପ୍ତ ସେବା ଓ ଆଜି ଏହା ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ପ୍ରାୟ ଛଅ ଘଣ୍ଟାର ନୀତି ରହିଛି । ଏଣୁ ରାତ୍ର ନଅଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନକଲାଗି ପାଇଁ ସମସ୍ତ ପ୍ରସାଧାନ ସାମଗ୍ରୀ ପ୍ରସ୍ତୁତ ରହିଛି ବୋଲି ଦତ୍ତମହାପାତ୍ର ସେବକ କହିଛନ୍ତି ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି