Prime Odisha @ 7 Pm
ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ। ଯେଉଁ ମନ୍ତ୍ରୀମାନେ ଭୁବନେଶ୍ଵରରେ ଅଛନ୍ତି, ସେମାନେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ଭିଡିଓ କନଫେରେନ୍ସିଂ ହଲରୁ ଓ ଯେଉଁ ମନ୍ତ୍ରୀମାନେ ନିଜ ଅଂଚଳରେ ଅଛନ୍ତି, ସେମାନେ ଜିଲ୍ଲାପାଳଙ୍କ ସମ୍ମିଳନୀ ପକ୍ଷରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଯୋଗଦେବେ।
ସୂଚନାନୁଯାୟୀ, ଆଜି କ୍ୟାବିନେଟରେ ପଂଚାୟତିରାଜ୍, ସ୍ୱାସ୍ଥ୍ୟ, ପଂଚାୟତ ଓ ରାଜସ୍ୱ ଭଳି ବିଭାଗ ସମେତ ଅନ୍ୟ ବିଭାଗକୁ ମିଶାଇ ୧୮ଟି ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।
Download Argus News App
