ଆଜି ଭୁବନେଶ୍ୱରରେ ସାଧାରଣ ଜୀବନଯାତ୍ରା ବ୍ୟାହତ। କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଏବଂ ରୋଗୀ ଯିବା ଆସିବାରେ ଅକଥନୀୟ ହଇରାଣ ହରକତ। ବିମାନ ଯାତ୍ରୀମାନେ ଆହୁରି ନୟାନ୍ତ।
ତେବେ ଆଜି @cpbbsrctc ପ୍ରଶାସନର ଭୂମିକାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି। ପୋଲିସର ଏତେ ପକ୍ଷପାତିତା କାହିଁକି ? — Dilip Mallick (@DilipMallick68) September 6, 2022
ତେବେ ଆଜି କମିଶନରେଟ ପୋଲିସର ଭୂମିକାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ପୋଲିସର ଏତେ ପକ୍ଷପାତିତା କାହିଁକି ? ପୋଲିସର ନିରପେକ୍ଷତା କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୋଲିସର ନିରପେକ୍ଷତା କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅତୀତରେ ଏହି ରାଜଧାନୀ ରେ ଅନ୍ୟ ରାଜନୈତିକ ଦଳ ହେଉ ଅବା କୈାଣସି ସଙ୍ଗଠନର କାର୍ଯ୍ୟକ୍ରମ ସମୟରେ ଭୁବନେଶ୍ୱରକୁ ବିଭିନ୍ନ ଆଡୁ ଆସୁଥିବା ଛୋଟ ବଡ଼ ଗାଡି ଓ ବସ୍ ଗୁଡ଼ିକୁ ସହର ବାହାରକୁ ପଶିବାକୁ ଦିଅନ୍ତି ନାହିଁ ପୋଲିସ। — Dilip Mallick (@DilipMallick68) September 6, 2022
ଅତୀତରେ ଏହି ରାଜଧାନୀରେ ଅନ୍ୟ ରାଜନୈତିକ ଦଳ ହେଉ ଅବା କୈାଣସି ସଙ୍ଗଠନର କାର୍ଯ୍ୟକ୍ରମ ସମୟରେ ଭୁବନେଶ୍ୱରକୁ ବିଭିନ୍ନ ଆଡୁ ଆସୁଥିବା ଛୋଟ ବଡ଼ ଗାଡି ଓ ବସ୍ ଗୁଡ଼ିକୁ ସହର ବାହାରକୁ ପଶିବାକୁ ଦିଅନ୍ତି ନାହିଁ ପୋଲିସ । ସହରର ରାଜମହଲ, ମାଷ୍ଟର କାଣ୍ଟିନ, କଳ୍ପନା, ୧୨୦ ବାଟାଲିୟନ, ରାମ ମନ୍ଦିର, ଜୟଦେବ ବିହାର ଭଳି ସମସ୍ତ ଟ୍ରାଫିକ ଛକ ମାନଙ୍କରେ ବିଜେଡି ପତାକା ଥିବା ଛୋଟ ବଡ଼ ଗାଡି ଓ ବସ୍ ଗୁଡ଼ିକୁ ଆଗ ଟ୍ରାଫିକ କ୍ଲିୟରାନ୍ସ ମିଳୁଛି ।
ସହର ସାରା ବେପରୁଆ ଭାବେ ବୁଲୁଛି ବିଜେଡି ପତାକା ଥିବା ଗାଡି ଗୁଡିକ । କୈାଣସି ପ୍ରତିବନ୍ଧକ କିମ୍ବା କଟକଣା ନାହିଁ । ଉଦ୍ଦେଶ୍ୟମୂଳକ ଭାବେ ଫୁଲନଖରା, ହ°ସପାଳ, ତମାଣ୍ଡୋ, ଖଣ୍ଡଗିରି, ଉତ୍ତରା ସାମନ୍ତରାପୁର, କଳିଙ୍ଗ ହସପିଟାଲ ଛକ ଓ ଶୈଳଶ୍ରୀବିହାର ପାଖରେ ପୋଲିସ ଅଟକାଇ ଦେବାର ନଜିର ରହିଛି । କିନ୍ତୁ ଆଜି ଏକ ଭିନ୍ନ ରୂପ ଓ ଭିନ୍ନ ମନୋଭାବ ଦେଖା ଦେଇଛି କମିଶନରେଟ ପୋଲିସର ।