ଅଧିକ ପଢନ୍ତୁ :ଅସହ୍ୟ ତାତିରେ ଜୀବଜନ୍ତୁଙ୍କ କଥା ଭୁଲିଗଲା ବିଏମସି
ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, ଢେ଼ଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ । ଏଥିସହ ୫ ଜିଲ୍ଲାକୁ ୟଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୧ ତାରିଖରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁଁ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜଧାନୀ ଭୁବନେଶ୍ଵରରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିଛି।