ରାଜଧାନୀର ପ୍ରତିଷ୍ଠା ଦିବସର ପୂର୍ବ ସନ୍ଧ୍ୟାରେ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକିକରଣ କରାଯାଇଛି । ରାଜଧାନୀର ରାସ୍ତାଘାଟ , ସରକାରୀ କାର୍ଯ୍ୟାଳୟକୁ ରଙ୍ଗ ବେରଙ୍ଗ ଲାଇଟରେ ସଜେଇ ଦିଆଯାଇଛି । ରାଜଧାନୀ ବାସିନ୍ଦାମାନେ ଏହି ସୁନ୍ଦର ଆଲୋକୀକରଣ ଦେଖି ସେଲ୍ପି ମଧ୍ୟ ନେଇଛନ୍ତି ।
ଭୁବନେଶ୍ୱର: ଆଜି 73 ତମ ରାଜଧାନୀ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଅର୍ଥାତ ୧୯୪୮ ମସିହାରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଛ ପ୍ରଦାନ କରିଯିବ। ଏହା ସହ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ପୁଷ୍ପଗୁଛ ଦେବେ।