କଟକ/ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ଜନ୍ମ ବାର୍ଷିକ । ଓଡ଼ିଶାର ମହା ନାୟକ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ବାର୍ଷିକ ଅବସରରେ ବିଜୁ ପଟ୍ଟନାୟକ ପାର୍କ ଠାରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି।ଏହି ମିନି ମାରାଥନ୍ ଉତ୍ସବ କୁ ଉଦ୍ଘାଟନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ।
ଏଥିସହିତ ଆଜି ମଧ୍ୟ ପଞ୍ଚାୟତିରାଜ ଦିବସ । ଏହି ଦିବସକୁ ବହୁ ଆଡମ୍ବର ସହକାରେ ଦୁଇ ସପ୍ତାହ ବ୍ୟାପୀ ପାଳନ କରାଯିବ । ପଞ୍ଚାୟତଠୁ ନେଇ ପୌରାଞ୍ଚଳ ପର୍ଯ୍ୟନ୍ତ ସବୁଠି ସଭା ସମିତି ମାଧ୍ୟମରେ ସରକାରଙ୍କ ଦୁଇ ଦଶନ୍ଧିର ସଫଳ ଯାତ୍ରା ବିଷୟରେ ବଖାଣିବେ ଦଳର ସମସ୍ତ କାର୍ଯ୍ୟକର୍ତ୍ତା । ପଞ୍ଚାୟତରାଜ ଦିବସ ବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ପାଇଁ କଟକ ତଳ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି କରାଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗଦେଇ ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରାବାଟୀ ଷ୍ଟାଡ଼ିୟମରେ ଏସ.ଡ଼ିସି କପ ଫୁଟବଲ ଫାଇନାଲ ମ୍ୟାଚରେ ଯୋଗଦେବେ । ତାପରେ ହାଡ଼ିଆପଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ ବା ୱାଲର୍ଡ କ୍ଲାସ ମେଡିକାଲର ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: