ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା...
ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି । ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଖାସ କରି ଏହା ଦକ୍ଷିଣ ଭାରତର ସବୁଠାରୁ ବଡ଼ ପର୍ବ । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ ।
ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥା’ନ୍ତି । ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ ।
ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଦେଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ । ଏହି ମକର ଚାଉଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରି ସମସ୍ତେ ସେବନ କରିଥା’ନ୍ତି ।
ତେବେ ଓଡ଼ିଶାରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଉଥିବାବେଳେ ଏହି ପର୍ବକୁ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଏବଂ ଗୁଜରାଟରେ ଉତ୍ତରାୟଣ ଭାବେ ପାଳନ କରାଯାଏ ।