ଦେଖନ୍ତୁ ଭିଡିଓ :ଆଜି ବିଶ୍ବ ପଖାଳ ଦିବସ
ଖାଇବା ଟେବଲରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ । ସେ ଖରାଦିନର ବାଦସାହା, ସମସ୍ତଙ୍କ ସବୁଦିନିଆ ପସନ୍ଦ । ସହରରେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ପଖାଳ । ବଡ଼ ବଡ଼ ହୋଟେଲ ଆଉ ରେସ୍ତୋରାଁରେ ପରସା ଯାଉଛି ପଖାଳ ମିଲ୍ । ଖାଲି ଆମ ରାଜ୍ୟ ଓଡ଼ିଶା ନୁହେଁ, ଦେଶ ବିଦେଶରେ ମଧ୍ୟ ବଢ଼ିଛି ପଖାଳର ଲୋକପ୍ରିୟତା । ତେଣୁ ପ୍ରତିବର୍ଷ ମାର୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼ । କାହିଁକି ନା ଓଡ଼ିଆ ପରମ୍ପରା ସହ ଯୋଡ଼ି ହୋଇ ରହିଛି ପଖାଳ । ଜଗତର ନାଥ ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ମଧ୍ୟରେ ଏହା ଅନ୍ୟତମ । ବଡ଼ଦେଉଳର ଛପନ ଭୋଗରୁ ଏହା ଗୋଟିଏ । ବଡ଼ ସିଂହାର ବେଶରେ ପଖାଳ ଖାଇ ନିଦ୍ରା ଯାଇଥାନ୍ତି ମହାପ୍ରଭୁ। ଆଉ ସମସ୍ତଙ୍କ ପ୍ରିୟ ଟଙ୍କ ତୋରାଣି ତ ସେହି ପଖାଳର ତୋରାଣିରୁ ତିଆରି ।
ଅଧିକ ପଢନ୍ତୁ : ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
୨୦୨୦ରେ ନିଜ ପଖାଳ ଭିଡିଓ ସେୟାର କରି ୟୁଟୁବ ଚାନେଲ ଆରମ୍ଭ କରିଥିଲେ ସମ୍ବଲପୁର ବାବୁପାଲି ଗାଁର ଇଶାକ ମୁଣ୍ଡା । ଯାହା ଖୁବ ଭାଇରାଲ ହୋଇଥିଲା । ବିଶ୍ବ ଦରବାରରେ ପଖାଳକୁ ମିଳିଥିଲା ସ୍ବତନ୍ତ୍ର ପରିଚୟ । ଦେଶ ବିଦେଶ ସବୁଠି ଲୋକେ ଜାଣିଲେ ପଖାଳ କଣ । ଆଉ ଇସାକଙ୍କ ଏହି ପଖାଳ ଭିଡିଓ ଦେଖି 2021 ଜୁଲାଇ 25ରେ ମନ କି ବାତରେ ତାଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ସୁଦ୍ଧା ୟୁଟ୍ୟୁବରେ ଇସାକଙ୍କ ଫଲୋଅର୍ ସଂଖ୍ୟା 8 ଲକ୍ଷ 96 ହଜାର ପାର କରିସାରିଛି । ଆମେରିକା, ବ୍ରିଟେନ, ବ୍ରାଜିଲ୍, ଅଷ୍ଟ୍ରେଲିଆ, ଜାପାନ ପରି ଦେଶରେ ତାଙ୍କର ଫଲୋଅର୍ସ ଅଛନ୍ତି ।
ଦେଖନ୍ତୁ ଭିଡିଓ : Pakhala Divas 2023 | ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ପଖାଳ ଭାତ...ଆହା ମୋ ପଖାଳ କଂସା
ଧନି ହେଉ କି ଗରିବ ସମସ୍ତଙ୍କ ପସନ୍ଦ ପଖାଳ । ପଖାଳ ଖାଇବାରେ ଯେଉଁ ତୃପ୍ତି ଅଛି ତାହା ବୋଧ ହୁଏ ଅନ୍ୟ କୌଣସି ଖାଦ୍ୟରେ ନଥାଏ । ସେପଟେ ପଖାଳ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ପଖାଳରେ ଅନେକ ଔଷଧୀୟ ଗୁଣ ଥିବା ମଧ୍ୟ ପ୍ରମାଣିତ ହୋଇଛି । ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଉଛି । ୨୦୧୧ରୁ ଏ ପରିକଳ୍ପନା...୨୦୧୫ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କଲା । ଆଉ ତା ପରଠୁ ଏହି ଦିନ ଗୋଟେ ଅଭିଯାନ ପାଲଟିଛି । ଓଡ଼ିଆଙ୍କ ଏହି ବ୍ୟଞ୍ଜନର ଉପକାରିତା ଏବେ ବୁଝି ପାରିଛନ୍ତି ବିଶ୍ବବାସୀ । ତେଣୁ ମାର୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରୁଛି ସାରା ବିଶ୍ବ ।
ଅଧିକ ପଢନ୍ତୁ :ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ, ଜି ଆଇ ଟ୍ୟାଗ ଦାବି କଲେ କଟକ ବିଧାୟକ