ସହାୟତା ଅପେକ୍ଷାରେ ଅକ୍ଷୟ ...
ଭୁବନେଶ୍ୱର: ଆଜି ଫକୀର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ । ଓଡିଆ ଭାଷା ସାହିତ୍ୟର ମହାମନୀଷି ତଥା କଥା ସମ୍ରାଟ ଫକୀର ମୋହନ ସେନାପତି । ଓଡିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବାରେ ହେଉ କିମ୍ୱା ସମାଜ ସଂସ୍କାର ଦିଗରେ ହେଉ, ତାଙ୍କର ଅବଦାନ ଅତୁଳନୀୟ ହୋଇ ରହିଛି ।
ସେ ଲେଖି ଯାଇଥିବା କାଳଜୟୀ ଗଳ୍ପ ଓ ଉପନ୍ୟାସ ଆଜି ବି ଅନ୍ୟ ଗାଳ୍ପୀକ ଓ ଔପନ୍ୟାସିକଙ୍କ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିଛି ।
ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତି ବାଲେଶ୍ୱର ସହରରେ ରହିଛି ଏକ ଛୋଟ ଗାଁ ମଲ୍ଲିକାଶପୁରରେ 1843 ମସିହା ଜାନୁୟାରୀ 14 ତାରିଖରେ ମକର ସଂକ୍ରାନ୍ତି ଜନ୍ମ ଗ୍ରହଣ କରିଥିଲେ ।
ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବରେ ସେ ନିଜ ସମୟଠାରୁ ବହୁ ଆଗରେ ଥିଲେ । ଓଡିଆ ସାହିତ୍ୟ ଜଗତରେ ଫକୀର ମୋହନ ଅନେକ ନୁଆ କଥା କରିଥିଲେ । ଯେତେବେଳେ ଓଡିଆ ଭାଷାରେ କ୍ଷୁଦ୍ର ଗଳ୍ପ, ଆତ୍ମଜୀବନ ଚରିତ, ଭ୍ରମଣ କାହାଣୀ ଆଦି ଲେଖା ହୋଇନଥିଲା, ସେ ତାହା ରଚନା କରିଥିଲେ । ତାହା ପୁଣି ଅତି ସରଳ ଏବଂ ଗାଉଁଳି ଭାଷାରେ ।