ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଅବସରରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ସମ୍ପାଦକ ସରୋଜ କର ଉପସ୍ଥିତ ରହିଥିଲେ । ପଣ୍ଡିତ ଶ୍ରୀ ଉପାଧ୍ୟାୟ କିପରି ଏକ ଗରିବ ପରିବାରରୁ ଆସି ସାରା ଭାରତର ଜଣେ ବିଶିଷ୍ଟ ଦାର୍ଶନିକ ଭାବେ ପରିଚୟ ଲାଭ କରିଥିଲେ । ତାଙ୍କ ପ୍ରଣିତ ଏକାତ୍ମ ମାନବବାଦ ଦର୍ଶନକୁ ଆଦର୍ଶ ମାନି ଭାରତୀୟ ଜନତା ପାର୍ଟି ଦେଶରେ ସୁଶାସନ କରି ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ନିକଟରେ ବିଭିନ୍ନ ଯୋଜନା ମାଧ୍ୟମରେ ପହଞ୍ଚି ସେବା କରିପାରୁଛି ।
କେଉଁଭଳି ହୀନଚକ୍ରାନ୍ତ କରି ତାଙ୍କର ହତ୍ୟା କରାଯାଇଥିଲା କିନ୍ତୁ ସେତେବେଳର ସରକାର ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ଚାପି ଦେଇଥିଲା । ଯାହା ଆଜି ବି ରହସ୍ୟମୟ ହୋଇରହିଛି, ସେହି ବିଷୟରେ ଅଭିଭାଷଣ ରଖିଥିଲେ । ଏହି ଉତ୍ସବରେ ଜିଲ୍ଲା ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବାବେଳେ ଜିଲ୍ଲା ଉପସଭାପତି ଉପିନ୍ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।