ପୁରୀ: ଶ୍ରୀପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତିକାନ୍ତି ଅନୁଷ୍ଠିତ ହୋଇଥାଏ। ଆଜି ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ। ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ପୂଜାର୍ଚ୍ଚନା ହେବ। ଏଥିଲାଗି ରଥଖଳାକୁ ପରିସ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି।
ଆଜି ଅପରାହ୍ନରେ ସ୍ୱତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଏହି ତିନୋଟି ଧଉରା କାଠ ଅକ୍ଷୟତୃତୀୟା ଦିନ ରଥନିର୍ମାଣ କାର୍ୟ୍ୟର ଅନୁକୂଳ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରଥନିର୍ମାଣ ଲାଗି ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍ ମନ୍ଦିରରୁ ମାଳ ମାହାର୍ଦ୍ଦ ନେଇ ନୟାଗଡ଼ ଯାତ୍ରା କରିଥାନ୍ତି ।
ସେଠାରେ ବଡରାଉଳ ଠାକୁରାଣିଙ୍କ ନିକଟରେ ମାଳମାହାର୍ଦ୍ଦ ଲାଗି କରି କାଠ କାଟିବା ପାଇଁ ଆଦେଶ ପାଇଥାନ୍ତି। ତାପରେ କାଠକଟା ଯାଏ। ବିଧି ଅନୁଯାୟୀ ପ୍ରଥମ ପର୍ଯ୍ୟାୟ କାଠ ପୁରୀ ରଥଖଳାରେ ପହଞ୍ଚିବା ପରେ ଶ୍ରୀପଞ୍ଚମୀ ଦିନ ରଥକାଠ ପୂଜାର୍ଚ୍ଚନା ହେବାର ପରମ୍ପରା ରହିଛି।