ଗୁରୁବାର ଅଧିବେଶନର ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ବେଳେ ଅନୁପସ୍ଥିତ ରହିଥିଲେ ଶାସକ ଦଳର 50 ପ୍ରତିଶତରୁ ଅଧିକ ବିଧାୟକ। ଖାଁ ଖାଁ ପଡିଥିଲା ବିଧାନସଭାର ଅନେକ ଆସନ । ଅତିରିକ୍ତ ବଜେଟ ସ୍ୱତେ ନା ଆସିଥିଲେ ଅର୍ଥ ମନ୍ତ୍ରୀ ନା ସଂସଦୀୟ ବ୍ୟାପାର ମନ୍ତ୍ରୀ । ମନ୍ତ୍ରୀ ନିରଞ୍ଜନ ପୂଜାରୀ, ନବ ଦାସ,ରୋହିତ ପୂଜାରୀ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ରିତା ସାହୁ,ସମୀର ଦାସ, ପ୍ରତପ ଦେବ, ଜଗନ୍ନାଥ ସାରକା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁପସ୍ଥିତ ରହିଥିଲେ ।
ସେହିପରି ଶାସକ ଦଳର ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଦେବେଶ ଆଚର୍ଯ୍ୟ, ସ୍ନେହଙ୍ଗୀନ ଛୁରିଆ, ସୁଧୀର ସାମଲଙ୍କ ଭଳି ପ୍ରମୁଖ ବିଧାୟକ ଅନୁପସ୍ଥିତ ରହିଥିଲେ । ଯାହାକୁ ନେଇ ବିରୋଧୀ ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଶାସକ ଦଳ ଗୃହର ଗାରିମା ଖୁର୍ଣ୍ଣ କରିଛି।
ରାଜନୀତି ଖବର ଆହୁରି ପଢନ୍ତୁ ।