ଅନ୍ୟପକ୍ଷରେ ରାଜଧାନୀରେ କଡ଼ା କଟକଣା ଜାରି ହୋଇଥିଲେ ସୁଦ୍ଧା କିଛି ଅମାନିଆ ସୁଧୁରିବାରେ ନାଁ ଧରୁ ନାହାନ୍ତି। ସଟ୍ଡାଉ୍ନରେ ବି ସେମାନେ ଖୁଲମଖୁଲା ବୁଲୁଛନ୍ତି । ଏହି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ପୋଲିସ ବିଭିନ୍ନ ଛକ, ମାର୍କେଟ୍, ଦୋକାନ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ କରି ଜୋରିମାନା ଆଦାୟ କରୁଛି। ଗତକାଲି କମିସନରେଟ୍ ପୋଲିସ ଭୁବନେଶ୍ବରରୁ ଏଭଳି ୬୯୮ ଅମାନିଆଙ୍କ ଠାରୁ ପ୍ରାୟ ୭୬ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ସେହିପରି ଆଜି ମଧ୍ୟ କିଛି ଅମାନିଆ ତଣ୍ଡ ଗଣିଥିବା ଜଣାପଡ଼ିଛି।
କଡ଼ା କଟକଣା ଜାରି ହୋଇଥିଲେ ସୁଦ୍ଧା କିଛି ଅମାନିଆ ସୁଧୁରିବାରେ ନାଁ ଧରୁ ନାହାନ୍ତି

ଭୁବନେଶ୍ୱର: ଆଜି ତୃତୀୟ ସପ୍ତାହାନ୍ତ ସଟ୍ଡାଉନର ଦ୍ବିତୀୟ ଦିନ। କମିସନରେଟ୍ ପୋଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ଛକମାନଙ୍କରେ ବ୍ୟାରିକେଡ କରାଯାଇ କଡ଼ା ଚେକିଂ କରାଯାଉଛି । ଗାଡ଼ି ଗୁଡ଼ିକୁ ତନ ତନ କରି ଯାଞ୍ଚ କରାଯାଉଛି। ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପଇଁତରା ମାରିବା ସହ ଯାଞ୍ଚକୁ କଡ଼ାକଡ଼ି କରିଛି ।
Download Argus News App
