ହେଲେ ଏଥର କଟକଣା ନଥିବାରୁ ମାନସିକଧାରୀ କାଉଡିଆ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ପିଲାଠୁ ଆରମ୍ଭ କରି ବୁଢା ଯାଏ ସମସ୍ତେ ପବିତ୍ର ଜଳରେ ଜଟାଧାରୀଙ୍କ ଜଳାଭିଷେକ କରିବାକୁ ବିଭିନ୍ନ ଶୈବ ପୀଠରେ ପହଁଞ୍ଚିଛନ୍ତି।
କୁହନ୍ତି ଏହି ମାସରେ ଶିବ ଲିଙ୍ଗରେ ଜଳ ଲାଗି କଲେ ଅଶେଷ ପୁର୍ଣ୍ଣ ମିଳିଥାଏ। ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ । ବୈଦ୍ୟନାଥଙ୍କୁ ଏହି ମାସରେ ଆରାଧନା କରି ଜଳ ଲାଗି କରାଯାଇଥାଏ । ଯାହାଙ୍କ ବିନା ଜୀବ ଶବରେ ପରିଣତ ହୋଇଥାଏ ସେହି ଶଙ୍କର ହେଉଛନ୍ତି ଏହି ସମଗ୍ର ସଂସାରର କର୍ତ୍ତା, ସ୍ରଷ୍ଟା, ପାଳନ କର୍ତ୍ତା ।
ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଏହି ମାସରେ 4ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷେକ କଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପକଧନ, ସନ୍ତାନସନ୍ତତି, ଦୀର୍ଘାୟୁ ହୋଇଥାନ୍ତି । ସେଥିପାଇଁ ଦୂରଦୁରାନ୍ତରୁ ଶିବ ଭକ୍ତମାନେ କାନ୍ଧରେ ପାଣି ଭାର ନେଇ ମନସ୍କାମନା ଅର୍ଥେ ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିଥାନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।