ଅଧିକ ପଢନ୍ତୁ :ଏଣିକି ୨ଶହ ନୁହେଁ ବରଂ ୩ଶହ ଟଙ୍କାରେ ମିଳିବ ବାନା
ସେଠାରେ ସାହିଯାତ ନୀତି ସମାପନ ହେବା ପରେ ରାମ ଲକ୍ଷ୍ମଣ ବିମାନରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ| ଅନ୍ୟପଟେ ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ପର୍ଶୁରାମ ଚରିତ୍ର ପରିବେଷଣ କରାଯାଇଥିଲା | ବିର ବେଶରେ ସଜିତ ପର୍ଶୁରାମ ବାଦ୍ୟର ତାଳେ ତାଳେ ବାଦୀ ସାହି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ | ପର୍ଶୁରାମ ସମେତ ନାଗା, ମେଢ଼, ବନାଟୀ ଖେଳ ସମେତ ଅନେକ ଚରିତ୍ର ବାହାରି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ | ସେଥିପାଇଁ ବାଲିସାହିକୁ ଉଦଜଳ ଆଲୋକମାଳା ରେ ସଜିତ କରାଯାଇଥିଲା | ଆଜି ମାର୍କଣ୍ଡେଶ୍ୱର ସାହି ଆଖେଡା ପକ୍ଷରୁ ବନବାସ ପ୍ରସ୍ତାବ କରାଯିବ |