ବୈଜ୍ଞାନିକ ଯୁଗରେ ଆଜି ବି ବଞ୍ଚି ରହିଛି ବୈଦିକ ରୀତିନୀତି !
ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ପୁରୀ: ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ। ତମ୍ବାଖୁ ଏବେ ସମାଜରେ ବ୍ୟାପକ କ୍ଷତି ଘଟାଉଛି। ତମ୍ବାଖୁର ଅପବ୍ୟବହାର ଯୋଗୁଁ ଅନେକ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରୁଛନ୍ତି। ତେବେ ଆଜିର ଏହି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକୃତି ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ପୁରୀ ସୁବର୍ଣ୍ଣ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା। ଏଥିରେ ଜଣେ ବ୍ୟକ୍ତି ସିଗାରେଟ ଟାଣୁଥିବାର ଚିତ୍ର ପ୍ରଦର୍ଶିତ ହୋଇଛି। ଏହାଦ୍ୱାରା ମୁଖ କର୍କଟ ରୋଗର ଲକ୍ଷଣକୁ ମଧ୍ୟ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ। କ୍ଷତିଗ୍ରସ୍ତ ହୋଇଥିବା ଫୁସଫୁସର ଦୃଶ୍ୟ ପ୍ରଦର୍ଶିତ ହୋଇଛି। ବାଲୁକାକୃତିରେ ନୋ ଟୋବାକୋ ସେଭ୍ ଲାଇଫର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।
Download Argus News App
