ମାସ୍କ ଚେକିଂ ନାଁରେ ପୋଲିସ ଦବଙ୍ଗଗିରି...
ପୁରୀ: ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ସାରା ବିଶ୍ୱରେ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଲୋକଙ୍କୁ ମଧ୍ୟ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ ହେଉ ଥିବାବେଳେ ଏହି ଦିବସ ବିଷୟରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ସୁଦର୍ଶନ ଏହି ପ୍ରସଙ୍ଗକୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳାଟିଏ ଗଢିଛନ୍ତି। ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ ଜଙ୍ଗଲର ପ୍ରତିକୃତି ରହିଛି ଏହି ବାଲୁକା ଚିତ୍ରରେ । ବନ୍ୟଜନ୍ତୁଙ୍କ ସମେତ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ବାଲୁକା କଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ଅପିଲ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।