କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଳନ ପାଇଁ ପଶ୍ଚିମ ଓଡିଶାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପର୍ବଟି ଶାନ୍ତି , ମୈତ୍ରୀ , ପ୍ରୀତି , ସଂହତି ଓ ଭାତୃତ୍ୱର ପ୍ରତୀକ ଭାବରେ ପାଳନ କରନ୍ତି ପଶ୍ଚିମ ଓଡିଶାବାସୀ। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନୂଆଖାଇ ପର୍ବ ପାଳନ ହେବାକୁ ଥିବା ବେଳେ ଭକ୍ତ ମାନଙ୍କ ପାଇଁ ମା' ଦର୍ଶନ ଉପରେ ମଧ୍ୟ କଟକଣା ରହିଛି ।
ମହକୁଛି ପଶ୍ଚିମ ଓଡ଼ିଶା, ନୂଆଁଖାଇର ପରସରେ ଉତ୍ସବମୁଖର ଗାଁଠୁ ସହର

ଅର୍ଗସ ବ୍ୟୁରୋ: ମହକୁଛି ପଶ୍ଚିମ ଓଡ଼ିଶା । ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ପରସରେ ଉତ୍ସବମୁଖର ଗାଁଠୁ ସହର । ଘରେ ଘରେ ପିଠାପଣାର ଆସର । ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି ପରେ ସବୁ ପରିବାର ବର୍ଗ ଏକାଠି କରିବେ ନବାନ୍ନ ଭକ୍ଷଣ । ଘରର ସାନମାନେ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଲୋଡ଼ିବେ । ଏହାପରେ ଚାଲିବ ନୂଆଁଖାଇ ଭେଟଘାଟ । ପରିବାର ଲୋକଙ୍କ ସହ ମିଶି ନୂଆଁଖାଇ ପାଳନ ପାଇଁ ଦୂରରେ ରହୁଥିବା ଲୋକେ ଘରକୁ ଆସିଥାନ୍ତି । ଏହି କୃଷି ଭିତ୍ତିକ ପର୍ବ ପାଳନ ପାଇଁ ସବୁଠି ଖୁସିର ପରିବେଶ ।
Download Argus News App
