ହେଲେ ବିଡମ୍ବନାର ବିଷୟ ଯେ ଅନ୍ୟ ଭାଷା ଭଳି ଓଡିଆ ଭାଷା ଅଗ୍ରଗତି କରିପାରୁନାହିଁ । ଲୋକେ ଓଡିଆରେ କଥା ହେବାକୁ କୁଣ୍ଠାବୋଧ କରୁଛନ୍ତି । ସରକାରୀ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଭାବରେ ଓଡିଆ ଭାଷା କାର୍ଯ୍ୟକାରୀ ହୋଇପାରିନି । ଏପରିକି ପଡୋଶୀ ବି ଆମ ଓଡିଶାର ସୀମାନ୍ତ ଅଞ୍ଚଳ ଗୁଡିକୁ ମାଡି ବସିଲେଣି । ଓଡିଆ ଭାଷାକୁ ଆଗକୁ ନେବାକୁ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଲୋକଙ୍କ ଏକତାର ଆବଶ୍ୟକତା ରହିଛି ।
ଆଜି ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟରେ ଲୋକାର୍ପଣ ହେବାକୁ ଯାଉଛି ଗାନ୍ଧିଜୀଙ୍କ ସର୍ବ ବୃହତ ବ୍ରୋଞ୍ଚ ପ୍ରତିମୂର୍ତ୍ତି । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତିରେ ସ୍ଥାପିତ କରାଯାଇଛି । ଏହି ପ୍ରତିମୂର୍ତ୍ତିକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ କ୍ୟାଣ୍ଟନମେଣ୍ଟ ରୋଡଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 1921 ମସିହା ମାର୍ଚ୍ଚ 23ରେ କଟକର କାଠଯୋଡି ନଦୀପଠାରେ ଆୟୋଜନ ହୋଇଥିବା ସଭାରେ ଯୋଗ ଦେଇଥିଲେ ଗାନ୍ଧିଜୀ । ସେହି ସମୟର ଏକ ଦୃଶ୍ୟପଟକୁ ନେଇ ତିଆରି ହୋଇଥିବା ଏହି ବିରାଟ ପ୍ରତିମୂର୍ତ୍ତି ନିଶ୍ଚିତରୂପେ କଟକକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ।
ଅନ୍ୟପଟେ ଉତ୍କଳ ଦିବସ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ କାର୍ଯ୍ୟକ୍ରମ । ଆଜି ଦିନ 9 ଟାରେ କୋଲକାତାର ହୁଗୁଳି ନଦୀ ପଠାରୁ ଓଡ଼ିଆ ଭାଇ ଭଉଣୀଙ୍କ ସହ କଥା ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ ଦିବସ ଅବସରରେ ଓଡ଼ିଆ ଲୋକଙ୍କ ସହ ଆଲୋଚନା କରିବେ । ଫେସବୁକ ଲାଇଭ୍ ଜରିଆରେ ଉତ୍କଳ ଦିବସ ଉପରେ ସମ୍ବୋଧିତ କରିବେ ଧର୍ମେନ୍ଦ୍ର ପ୍ରଧାନ ।