ଏହି ନିରାଶ୍ରୟ ପିଲା ମାନଙ୍କ ମାମୁଁ ସାଜି ନିମାପଡାର ଏକ ଶିକ୍ଷାନୁଷ୍ଠାନ ଆଜି ସ୍କୁଲର ଥିବା ପିଲା ମାନଙ୍କ ପାଇଁ ନୂତନ ପୋଷାକ ସହ ଏଣ୍ଡୁରି ପିଠା ଖୁଆଇ ତାଙ୍କୁ ପଢୁଆଁ କରିଛନ୍ତି। ଆଉ ଏହି ଅସହାୟ ପିଲାମାନେ ମାମୁଁଙ୍କୁ ପାଇ ଖୁସିରେ ପଢୁଆଁ ଅଷ୍ଟମୀ ପାଳନ କରିଛନ୍ତି l
ସେମାନଙ୍କ ପାଇଁ ନୂତନ ବସ୍ତ୍ର କରିଥିବା ବେଳେ ଚନ୍ଦନ ଟିପା ଲଗାଇ ପାରମ୍ପରିକ ଏଣ୍ଡୁରି ପିଠା ଖୁଆଇ ପଢୁଆଁ କରିଛନ୍ତି। ଆଉ ଏହି ଅନାଥ ପିଲା ମାନଙ୍କ ପାଇଁ ସେ ଆଜୀବନ ମାମୁଁ ହୋଇ ପଢୁଆଁ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ଏହା ସହ ପିଲା ମାନଙ୍କ ଆମୋଦ ପ୍ରମୋଦ ପାଇଁ ନାଚ ଗୀତର ମଧ୍ୟ ଆୟୋଜନ କରିଛନ୍ତି। ଆଉ ପିଲାମାନେ ଖୁସିରେ କାଳିଆ ସାଆନ୍ତଙ୍କ ଭଜନ ଗାଇ ନାଚି ପଢୁଆଁ ଅଷ୍ଟମୀରେ ନିଜକୁ ଅସହାୟ ବୋଲି ଭାବି ନାହାନ୍ତି, ବରଂ ସେମାନଙ୍କ ପାଇଁ ତାଙ୍କର ଜଣେ ମାମୁଁ ଅଛି ବୋଲି ଖୁସିରେ ବିଭୋର ହୋଇଛନ୍ତି। ଆଉ ଏହି ଖୁସିରେ ସାମିଲ ହୋଇଛନ୍ତି ପ୍ରଶାସିନକ ଅଧିକାରୀ ଙ୍କ ସହିତ ସାମାଜିକ କର୍ମୀ l
ଓଡିଶା ଖବର ଆହୁରି ପଢ଼ନ୍ତୁ ।