ସାବିତ୍ରୀ ବ୍ରତଧାରୀ ମହିଳା ମାନେ ନୂଆ ଶାଢ଼ି, ଚୁଡ଼ି, ଫଳମୂଳ ଓ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପୂଜା କରିବାକୁ ଯାଇଥାନ୍ତି । କିନ୍ତୁ କରୋନା ପାଇଁ ଚଳିତ ବର୍ଷ ଏହି ବ୍ରତ ଟିକେ ଫିକା ପଡ଼ିଛି । ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ବହୁ କଟକଣା ଲଗାଇଛନ୍ତି ସରକାର । ତେବେ ଏଥର ମହିଳାମାନେ ମନ୍ଦିର ନ ଯାଇ ଘରେ ପୂଜା କରୁଛନ୍ତି ।
ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟେକ ସଧବା ମହିଳାମାନେ ଏହି ବ୍ରତକୁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ ଅମାବାସ୍ୟାରେ ଏହି ବ୍ରତ ପାଳନ କରାଯାଇଥାଏ । ଆଜୀବନ ସଧବା ରହିବାକୁ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି ।
Download Argus News App
