ସେହିପରି ରାଜଧାନୀ ଭୁବନେଶ୍ବରରେ ୩୬.୨ ମିଲିମିଟର ଓ କଟକରେ ୩୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି କାଳବୈଶାଖୀର ପ୍ରଭାବ ଅଧିକ ରହିବା ସହ ଅନେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି ।
ତାତିରୁ ଆଶ୍ବସ୍ତି ଆଣିଛି କାଳବୈଖାଖୀ

ଭୁବନେଶ୍ୱର: ରାଜ୍ୟରେ ପୁଣି ତାତି ବଢ଼ିଥିବା ବେଳେ ଆଶ୍ବସ୍ତି ଆଣିଛି କାଳବୈଖାଖୀ । ରବିବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସୋନପୁରରେ ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି । ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାରୁ ଗରମରୁ ସାମାନ୍ୟ ଆସ୍ବସ୍ତି ମିଳିଛି । କେନ୍ଦୁଝରରେ ସର୍ବାଧିକ ୮୨.୧ ମିଲିମିଟର ରେକର୍ଡ ହୋଇଥିବା ବେଳେ ଯାଜପୁର କୋରେଇରେ ୫୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
